29.1 C
Bhubaneswar
Tuesday, June 10, 2025
Homeଖେଳମାଦ୍ରିଦ୍ ଓପନ୍‌: ଜୋକୋଭିଚ୍‌ଙ୍କ ବିପକ୍ଷ ମ୍ୟାଚ୍‌ରୁ ଓହରିଲେ ମରେ

ମାଦ୍ରିଦ୍ ଓପନ୍‌: ଜୋକୋଭିଚ୍‌ଙ୍କ ବିପକ୍ଷ ମ୍ୟାଚ୍‌ରୁ ଓହରିଲେ ମରେ

ମାଦ୍ରିଦ: ବ୍ରିଟେନ୍ ଟେନିସ୍ ଷ୍ଟାର୍ ଆଣ୍ଡି ମରେ ଅସୁସ୍ଥତା କାରଣରୁ ଗୁରୁବାର ମାଦ୍ରିଦ୍ ଓପନ୍‌ର ପ୍ରି-କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରୁ ଓହରି ଯାଇଛନ୍ତି । ଟୁର୍ଣ୍ଣାମେଣ୍ଟ୍ ଆୟୋଜକ ଟ୍ୱିଟର୍‌ରେ ଏହି ସୂଚନା ଦେଇଛନ୍ତି । ତିନିଥରର ଗ୍ରାଣ୍ଡ୍‌ସ୍ଲାମ୍ ବିଜେତା ମରେ ଏଟିପି ମାଷ୍ଟର୍ସ ୧୦୦୦ କ୍ଲେକୋର୍ଟ ଇଭେଣ୍ଟ୍ ପ୍ରିକ୍ୱାର୍ଟର୍ ଫାଇନାଲ୍‌ରେ ବିଶ୍ୱର ନମ୍ବର ଏକ ନୋଭାକ୍ ଜୋକୋଭିଚ୍‌ଙ୍କୁ ଭେଟିବାର ଥିଲା । ଏହା ଉଭୟଙ୍କ ମଧ୍ୟରେ ୩୭ତମ ମୁକାବିଲା ହୋଇଥାନ୍ତା । ପୂର୍ବରୁ ନିଜର ଫିଟ୍‌ନେସ୍ ବଜାୟ ରଖିବା ପାଇଁ କ୍ଲୋକୋର୍ଟ ସିଜନ୍‌ରୁ ଓହରିଯିବାକୁ କହିଥିବା ପୂର୍ବତନ ବିଶ୍ୱର ନମ୍ବର ଏକ ମରେ ବିଳମ୍ବରେ ଟୁର୍ଣ୍ଣାମେଣ୍ଟ୍‌ର ୱାଇଲ୍ଡ କାର୍ଡ ଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ଡୋମିନିକ୍ ଥିଏମ୍ ଏବଂ ଡେନିସ୍ ଶାପୋଭାଲୋଭ୍‌ଙ୍କୁ ହରାଇ ପ୍ରିକ୍ୱାର୍ଟର୍‌ରେ ପ୍ରବେଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking