40.1 C
Bhubaneswar
Thursday, April 25, 2024
Homeଓଡିଶାଶ୍ରମିକ ବଦଳରେ ମେସିନ କରୁଛି କାମ

ଶ୍ରମିକ ବଦଳରେ ମେସିନ କରୁଛି କାମ

ନର୍ଲା: ମନରେଗା ରେ ମହା ଦୂର୍ନିତି l ମଣିଷ ବଦଳରେ ମେସିନ୍ କରୁଛି କାମ l ଫଳରେ ଖଟିଖିଆ ଅଭାବି ମଣିଷ କରୋନା କାଳ ରେ କାମଧନ୍ଦା ଅଭାବ ରୁ ଦାଦନ ମୁହାଁ ହେଉଛନ୍ତି l ତେବେ ଦାଦନ ରୋକିବା ଏବଂ ଖଟିଖିଆ ଅଭାବି ମଜଦୂର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ମନରେଗା ଯୋଜାନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ କରୋନା ଭଳି ମହାମାରୀ ଠୁବି ବେଶି ସଙ୍ଗିନ ହେଉଛି ସରକାରୀ ମହାମାରୀ l ଯିଏ ଦିନ ଦି ପହରେ ଖୁଲମ୍ ଖୁଲା ଦସ୍ତାବିଜ୍ ରେ ଶ୍ରମିକ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ଚାଲିଛନ୍ତି l ଆମେ କହୁଛୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଦେଢଗାଁ ପଞ୍ଚାୟତ ରେ ଚାଲିଥିବା ମନରେଗା ର ମହା ଦୂର୍ନିତ କଥା l ଗାଁ ରେ ରହିଛି ଗ୍ରାମ ପଞ୍ଚାୟତ ଆଉ ଚାଳିଛି କ୍ଷେତ୍ର ପୋଖରୀ ଖନନ କାମ l ଏ ସୂଚନା ଫଳଟିକୁ ଟିକେ ଭଳ ଭାବେ ନଜର ପକାନ୍ତୁ l କାମଟି ବେଶି ପୁରୁଣା କାମ ବି ନୁହେଁ ୨୦୨୧-୨୨ ମସିହାର କାମ l ଆଉ ମନରେଗା ଯୋଜନା ରେ ଡମ୍ବବୁଡା ବାଗ୍ ଙ୍କ ପୋଖରୀ ଖନନ ପାଇଁ ୧ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ଫଳକରେ ଦର୍ଶା ଯାଇଛି l ସେଥି ମଧ୍ଯରୁ ଅଣ କୁଶଳୀ ଶ୍ରମିକ ପାଇଁ ୧ ଲକ୍ଷ ୪୫ ହଜାର ୬ ସହ ୮୪ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସାମଗ୍ରୀ ପାଇଁ ଖର୍ଚ୍ଚ ହୋଇଛି ୨୩ ହଜାର ୬ ଶହ ୯୪ ଟଙ୍କା l ଏମିତି କି ଶ୍ରମିକଙ୍କ ମଜୁରୀ ବାବଦକୁ ୩୦୮ ଟଙ୍କା ଦିଆଯାଉଥିବା ଫଳକରେ ସ୍ପଷ୍ଟ ଲେଖା ହୋଇଛି l ତେବେ ଏହି କାମ ଟି ପ୍ରକଳ୍ପ ନିର୍ଦ୍ଧେଶକ ଜଳ ବିଭାଗ ବଲାଙ୍ଗିର କାର୍ଯ୍ଯ ନିର୍ବାହି ସଂସ୍ଥା ଅଧିନରେ ଥିବାବେଳେ l ପୋଖରୀ ଖନନ କାର୍ଯ୍ଯାରମ୍ଭ ହୋଇଥିଲା ଗତ ମେ ୧୦ ତାରିଖ ଦିନ l କିନ୍ତୁ ପ୍ରଶାସନିକ ଅଧିକାରୀ ଓ ଚାଷି ଙ୍କ ଲାଭ ଖୋର୍ ମନୋଭାବ ଯୋଗୁଁ ମନରେଗା ରୁ କାମ କରିବା ରୁ ବଞ୍ଚିତ ରହୁଛନ୍ତି ଅନେକ ଶ୍ରମିକ l ତେବେ ଶ୍ରମିକ ମାରଣା ନିତି ଆପଣେଇ କାର୍ଯ୍ଯ କରା ଯାଉଥିଲେ ମଧ୍ଯ ଉପରିସ୍ତ ବିଭାଗୀୟ ଅଧିକାରୀ ଜାଣି ସୁଣି କାହିଁକି ପଦକ୍ଷେପ ନେଉ ନାହାଁନ୍ତି ବୋଲି ସାଧାରଣ ରେ ଦାବି ହେଉଛି l

 

ନର୍ଲା ରୁ ସୁରେଶ ଚନ୍ଦ୍ର ସାହୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking