34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶପ୍ରତ୍ୟେକ ପ୍ରହରରେ ବଦଳେ ମା’ଙ୍କ ରୂପ, ଜାଣନ୍ତୁ ଜଗଦମ୍ବା ମନ୍ଦିରର ରହସ୍ୟ

ପ୍ରତ୍ୟେକ ପ୍ରହରରେ ବଦଳେ ମା’ଙ୍କ ରୂପ, ଜାଣନ୍ତୁ ଜଗଦମ୍ବା ମନ୍ଦିରର ରହସ୍ୟ

ନୂଆଦିଲ୍ଲୀ: ଭାରତରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି । ଏହି ସ୍ଥାନମାନଙ୍କ ମଧ୍ୟରୁ ମନ୍ଦିର ଅନ୍ୟତମ । ପ୍ରତ୍ୟେକ ମନ୍ଦିରରେ ଭିନ୍ନ ମହିମା ରହିଛି । ତେବେ ଏହି ମନ୍ଦିରମାନଙ୍କ ମଧ୍ୟରୁ ମା ଜଗଦମ୍ବାଙ୍କ ମନ୍ଦିରର ମହିମା ଅନ୍ୟତମ । ମହାରାଷ୍ଟ୍ରର ନାଗପୁର ସହରରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ଏକ ମନ୍ଦିରରେ ମା’ ଜଗଦମ୍ବା ମାତା ବିରାଜମାନ ହୋଇଛନ୍ତି । ତେବେ ଏହି ମନ୍ଦିରର ରହସ୍ୟ କଣ ରହିଛି ଆପଣମାନେ ନିଶ୍ଚିତ ଜାଣିବାକୁ ଚାହୁଁଥିବେ । ଆସନ୍ତୁ ଜାଣିବା ମନ୍ଦିରର ରହସ୍ୟ ବିଷୟରେ ।
ମନ୍ଦିର ପ୍ରସିଦ୍ଧ ହେବାର ମୁଖ୍ୟ କାରଣ ହେଉଛି ମା’ ଜଗଦମ୍ବାଙ୍କ ମୂର୍ତ୍ତି ପ୍ରତ୍ୟେକ ପ୍ରହରରେ ପରିବର୍ତ୍ତନ ହୋଇଥାଏ । ସକାଳ ସମୟରେ ମା’ ଛୋଟ ପିଲା ରୂପରେ, ଦ୍ୱିପ୍ରହରରେ ଯୌବନ ଅବସ୍ଥାରେ ଏବଂ ରାତିରେ ବୃଦ୍ଧା ଅବସ୍ଥାରେ ଦର୍ଶନ ଦେଇଥାନ୍ତି । କୋରାଡ଼ି ରେ ମା’ଙ୍କ ମନ୍ଦିର ପ୍ରାୟ ୧୫୦ ଏକର ସ୍ଥାନରେ ବ୍ୟାପିଛି । ଏହି ମନ୍ଦିରର ଅନ୍ୟ ଏକ ବିଶେଷତଃ ହେଉଛି ମା’ଙ୍କ ଦରବାର ଚାନ୍ଦିରେ ପ୍ରସ୍ତୁତ ହୋଇଛି । ମହାରାଷ୍ଟ୍ର ସରକାର ପର୍ଯ୍ୟଟନ ବିଭାଗ ତରଫରୁ ଏହି ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଛି । ଏହି ମନ୍ଦିରକୁ ଭବ୍ୟ ରୂପ ପ୍ରଦାନ କରି ଏହାର ପୁନଃରୁଦ୍ଧାର କରାଯାଇଥିଲା । ରାଜସ୍ଥାନର ଧୌଲପୁର ସ୍ଥାନରୁ ଅଣାଯାଇଥିବା ପଥରରେ ଏହାର ପୁନଃନିର୍ମାଣ କରାଯାଇଥିଲା ।
ମା’ ଜଗଦମ୍ବା ମନ୍ଦିରର ପ୍ରବେଶ ସ୍ଥଳରେ ଏକ ଭବ୍ୟ ଦ୍ୱାର ରହିଛି । ପଦ୍ମ ଫୁଲ ମା’ଙ୍କର ଅତିପ୍ରିୟ ହୋଇଥିବାରୁ ଏଠାକୁ ଆସୁଥିବା ପ୍ରତ୍ୟେକ ଭକ୍ତ ନିଜ ପୂଜା ଥାଳିରେ ମା’ଙ୍କ ପାଇଁ ପଦ୍ମ ଫୁଲ ଆଣିଥାନ୍ତି ।
ମା’ଙ୍କ ମନ୍ଦିରରେ ଏକ ଦୀପ ରହିଛି ଯାହା ୨୪ ଘଣ୍ଟା ଏବଂ ୩୬୫ ଦିନ ପ୍ରଜ୍ୱଳିତ ହେଉଥାଏ । ମହାଲକ୍ଷ୍ମୀ ଜଗଦମ୍ବା ମନ୍ଦିର ପରିସରରେ ଭଗବାନ ଶିବଙ୍କ ମନ୍ଦିର ରହିଛି । ମନ୍ଦିର ପରିସରରେ ଅନେକ ଦୋକାନ ରହିଛି, ଯେଉଁଠାରେ ମା’ଙ୍କ ବସ୍ତ୍ର ଏବଂ ଫୁଲମାଳ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ । ମା ଜଗଦମ୍ବାଙ୍କ ମନ୍ଦିର ଯେପରି ସୁନ୍ଦର ଠିକ ସେହିପରି ମନ୍ଦିରର ଆଖପାଖ ଅଞ୍ଚଳ ପରିଷ୍କାର ରହିଥାଏ ।
ବାସ୍ତବରେ ଭକ୍ତମାନେ ଏହି ମନ୍ଦିରକୁ ଶକ୍ତି ପୀଠ ଭାବେ ମାନନ୍ତି । କୋରାଡ଼ିସ୍ଥିତ ଜଗଦମ୍ବାଙ୍କ ଏହି ମନ୍ଦିର ନାଗପୁର ଠାରୁ ପାଖାପାଖି ୧୫ କିଲୋମିଟର ଦୂରରେ ଅବସ୍ଥିତ । ଏହି ମନ୍ଦିର ପ୍ରାଚୀନତାକୁ ଦର୍ଶାଇଥାଏ । ଧର୍ମ, ଅର୍ଥ, ମୋକ୍ଷ ଏବଂ ସଫଳତା ମା’ଙ୍କ ଦର୍ଶନରୁ ହିଁ ପ୍ରାପ୍ତ ହୋଇଥାଏ । ଯେଉଁମାନଙ୍କର ସନ୍ତାନ ହୁଏ ନାହିଁ, ସେମାନେ ମା’ଙ୍କ ନିକଟରେ ପୂଜା କଲେ ହିଁ, ମା’ ସେମାନଙ୍କ ଇଚ୍ଛା ପୂରଣ କରିଥାନ୍ତି । ମା’ଙ୍କ ଏହି ଚମତ୍କାରିତା ପାଇଁ ଦୂର ଦୂରାନ୍ତରରୁ ଭକ୍ତମାନେ ଆସିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking