28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକୋଭିଡ ନିୟମ ଅନୁସାରେ ମା'କାଳୀଙ୍କ ମେଲଣ ଉତ୍ସବ ପାଳିତ

କୋଭିଡ ନିୟମ ଅନୁସାରେ ମା’କାଳୀଙ୍କ ମେଲଣ ଉତ୍ସବ ପାଳିତ

ଯାଜପୁର : ଚଳିତ ବର୍ଷ ୨୦୨୦ ରେ ବ୍ୟାସନଗର ର ଗଣପର୍ବ କାଳୀପୂଜ଼ାକୁ କୋଭିଡ ନିୟମ ଫିକା କରିଦେଇଛି । ୧୧ ଦିନ ଧରି ଚାଲିବା ଚଳିତ ବର୍ଷ ୪ ଦିନରେ ସୀମିତ ଥିଲା । ପୂଜା ମଣ୍ଡପ ଗୁଡିକ ଆବଦ୍ଧ ରହିଥିଲା । ବିନା ଦର୍ଶକରେ କାଳୀପୁଜା ସମ୍ପନ୍ନ ହୋଇଛି । ଭଷାଣି ବୁଧବାର ଶେଷ ହୋଇଛି। ନା ବାଣ ନା ବାଦ୍ୟ ନା ପ୍ରସେସନ । ଭାଗ୍ୟର ବିଡ଼ମ୍ବନା ଏବର୍ଷ କରୋନା ମହାମାରୀ ପାଇଁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ କାଳୀପୂଜ଼ା ଅନୁଷ୍ଠିତ ହୋଇଥିଲା । ଧୁମଧାମରେ ଭଷାଣି ହୁଏ ଓ କାଳୀ ମେଳଣ ଉତ୍ସବ ହୁଏ । ଏହା ରାଜ୍ୟରେ ଏକ ସ୍ୱତନ୍ତ୍ର ଓ ନିଆରା ସ୍ଥାନ ନେଇଥିଲା। ଲକ୍ଷାଧିକ ଭକ୍ତ ଓ ଜନ ସମାଗମ ହୋଇଥାଏ । ଚୋରଦା ମେଳଣ ପଡିଆରେ ସମଗ୍ର ସହର ପୂଜା ମଣ୍ଡପରେ ପୂଜା ପାଉଥିବା କାଳୀ ମେଢ଼ ପ୍ରସେସନ ଓ ନାନା ସଂକୃତିକ ବାଜା ବାଣ ନାଚରେ ସହର ଉଠୁଥାଏ ପଡୁଥାଏ । କିନ୍ତୁ କରୋନା ମହାମାରୀ ସବୁ ଫିକା କରିଦେଲା । କାଳୀ ମେଳଣ କମିଟି ପରମ୍ପରାକୁ ବଜାଏ ରଖିବା ପାଇଁ କୋଭିଡ ଆଇନ ଅନୁସାରେ କାଳୀ ମେଳଣ କରାଯାଇଥିଲା । କାହାରି ମନରେ ଆନଂଦ ଉଲ୍ଲାସ ନ ଥିଲା । ରାଜ୍ୟ ସରକାରଙ୍କ ବିଧି ବ୍ୟବସ୍ତାର ପରିସୀମା ଭିତରେ ଭଷାଣି ଶେଷ ହେଇଛି । ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏ ବର୍ଷ ସବୁ ବନ୍ଦ ହୋଇଥୀଲା । କେବଳ ରୀତି କାନ୍ତି ନୀତି ଓ ବିଧିର ପରମ୍ପରାକୁ ରକ୍ଷା କରି କାଳୀପୂଜ଼ା ହେଲା। ଏବର୍ଷ ଟି ଏକ ଉଦାହରଣ ହୋଇ କାଳୀପୂଜ଼ା ଇତିହାସରେ ଲିପିବଧ ହୋଇରହିବ। ଏଥିରେ ପୂଜା କମିଟିର ସମସ୍ତ ସଦସ୍ୟ ଓ ଶାନ୍ତି କମିଟିର ସମସ୍ତ ସଭ୍ୟମାନେ ଯୋଗ ଦେଇଥିଲେ । ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ପଥରଛଇ ଜଳାଶୟରେ ମେଢ଼ ଗୁଡିକୁ ବିସର୍ଜନ କରାଯାଇଥିଲା । ମନରେ ଅସନ୍ତୋଷ ଥିଲେ ମଧ୍ୟ ପରିସ୍ଥିତିକୁ ହୃଦୟଙ୍ଗମ କରି ସମସ୍ତ ପୁଜ଼ା କମିଟି ଓ ମେଲଣ କମିଟି ଶାନ୍ତି ଶୃଙ୍ଖଳାରେ ପୁଜ଼ାକୁ ସମାପନ କରିଥୀଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking