33.1 C
Bhubaneswar
Friday, May 3, 2024
Homeଦେଶ ବିଦେଶରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ମଧ୍ୟପ୍ରଦେଶ ଗସ୍ତ ବାତିଲ

ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ମଧ୍ୟପ୍ରଦେଶ ଗସ୍ତ ବାତିଲ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଉତ୍ତରପ୍ରଦେଶରେ ଏକ ବଡ ଅଦଳବଦଳ ହେବାକୁ ଯାଉଛି । ବିଗତ ଦିନରେ ଯୋଗୀ ସରକାର ଓ ପ୍ରଦେଶ ବିଜେପି ସଂଗଠନରେ ଅଦଳ ବଦଳ ହେବା କଥା ସୋସିଆଲ ମିଡିଆ ସହିତ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ତେବେ ଏବେ ଏହି କଥା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଏହାର କାରଣ ହେଲା, ପ୍ରଦେଶର ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ମଧ୍ୟପ୍ରଦେଶ ଗସ୍ତ ବାତିଲ କରି ଲକ୍ଷନଉ ପହଂଚିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଲକ୍ଷନଉରେ ଏବେ ଅଧିକାରୀମାନଙ୍କ ସହିତ ବୈଠକ ହେଉଛି । ଗୁରୁବାର ସନ୍ଧ୍ୟାରେ ତାଙ୍କର ସାକ୍ଷାତ ମୁଖ୍ୟମନ୍ତ୍ରୀଙ୍କ ସହ ବି ହୋଇପାରେ । ରାଜ୍ୟପାଳଙ୍କ ମଧ୍ୟପ୍ରଦେଶ ଗସ୍ତ ବାତିଲ ହେବା ପରେ ଆଶଙ୍କା କରାଯାଉଛି ୟୁପି ସରକାରଙ୍କ ଦ୍ୱିତୀୟ ମନ୍ତ୍ରୀମଣ୍ଡଳ ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏମିତି ବି କୁହାଯାଉଛି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନ୍ଧ୍ୟାରେ ରାଜ୍ୟପାଳଙ୍କ ସହ ସାକ୍ଷାତ କରିପାରନ୍ତି । ୧୫ ଦିନ ହେବ ରାଜ୍ୟପାଳ ମଧ୍ୟପ୍ରଦେଶରେ ଥିଲେ । ରାଜ୍ୟପାଳ ଆନନ୍ଦୀବେନ ପଟେଲ ଲକ୍ଷନଉ ପଂହଚିବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି ଯେ, ଦ୍ୱିତୀୟ ମନ୍ତ୍ରୀମଣ୍ଡଳ ଗଠନ ୨୮ କିମ୍ବା ୨୯ ମେ ମଧ୍ୟରେ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking