31.1 C
Bhubaneswar
Saturday, April 20, 2024
Homeଓଡିଶାକୋଭିଡ ଦ୍ବିତୀୟ ଲହରୀ ସମୟରେ ସୋଆ ଏନଏସଏସର ଅଭିନବ ପ୍ରୟାସ

କୋଭିଡ ଦ୍ବିତୀୟ ଲହରୀ ସମୟରେ ସୋଆ ଏନଏସଏସର ଅଭିନବ ପ୍ରୟାସ

ଭୂବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ଏନଏସଏସର କିଛି ସ୍ବେଚ୍ଛାସେବୀଙ୍କ ମିଳିତ ଉଦ୍ୟମରେ ଏକ ୨୪ଘଣ୍ଟିଆ କୋଭିଡ ହେଲ୍ପଲାଇନ ସୂଚନା ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଓଡିଶାର ସମସ୍ତ ଜିଲ୍ଲାରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି । କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ସମସ୍ତ ରୋଗୀ ଯଥା ତାଙ୍କ ପରିବାର ବର୍ଗଙ୍କର କୌଣସି ପ୍ରକାର ଆବଶ୍ୟକତାକୁ ସ୍ଵେଚ୍ଛାସେବୀମାନେ ଫୋନ୍ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସଫଳ ମଧ୍ୟ ହେଉଛନ୍ତି ଓଡିଶା ରାଜ୍ୟର ଯେ କୌଣସି ସ୍ଥାନର ଯେ କୌଣସି ବ୍ୟକ୍ତି ଯଦି କିଛି ସାହାଯ୍ୟର ଆବଶ୍ୟକତା ଅନୁଭବ କରୁଛନ୍ତି, ତେବେ ସେ ଆମକୁ ଫୋନ୍ ମାଧ୍ୟମରେ ଜଣାଇଲେ ଆମେ ତାଙ୍କ ଆବଶ୍ୟକତା ଅନୁସାରେ ସଠିକ ସୂଚନା ବା ତଥ୍ୟ ଦେବାରେ ସାହାଯ୍ୟ କରୁଛୁ ବୋଲି କହିଥିଲେ ଏହି ପ୍ରୟାସର ମୁଖ୍ୟ ରାଜ୍ୟ ପୁରସ୍କାର ପ୍ରାପ୍ତ ସ୍ବେଚ୍ଛାସେବୀ ପ୍ରତୀକ ଦାଶ । କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କର ଅମ୍ଳଜାନର ଆବଶ୍ୟକତା କିମ୍ବା ଖାଦ୍ୟ ଯୋଗାଣ ଅଥବା ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବାର ସଫଳ ପ୍ରୟାସ ମଧ୍ୟ ଆମ ଟିମ୍ ଦ୍ବାରା କରାଯାଉଛି । ଏହା ବ୍ୟତୀତ ରକ୍ତ ଏବଂ ପ୍ଲାଜ୍‌ମାର ଆବଶ୍ୟକତାକୁ ବି ମଧ୍ୟ ସଠିକ ସମୟ ମଧ୍ୟରେ ପୂରଣ କରାଯାଉଛି । ଏବଂ ଏହି ସବୁ ସେବା କାର୍ଯ୍ୟ ପାଇଁ ଆମ ହେଲୁଲାଇନ 24 ଘଣ୍ଟା ସକ୍ରିୟ ଏବଂ ସଜାଗ ରହୁଛି |

ଏହା ସହିତ ମାନସିକ ସ୍ତରରେ ସମସ୍ତଙ୍କୁ ଖୁସି ରଖିବା ପାଇଁ ଆମେ ଆମର ନିଜ ସାଙ୍ଗ ସାଥ୍‌ ଓ ବନ୍ଧୁ ବାନ୍ଧବଙ୍କ ସହିତ ଫୋନ୍ ମାଧ୍ୟମରେ ଯୋଗାଯୋଗ କରି ତାଙ୍କ ମନୋରଞ୍ଜନ ମଧ୍ୟ କରାଉଛୁ। ଉକ୍ତ ୨୪ ଘଣ୍ଟିଆ ହେଲ୍ପଲାଇନ କାର୍ଯ୍ୟକୁ ସଠିକ ଭାବେ ପରିଚାଳନା କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ପ୍ରାୟ ୧୬୨ ଜଣ ଛାତ୍ର ସ୍ଵେଚ୍ଛାସେବୀ ଯୋଗଦାନ କରିଛନ୍ତି। ଯୋଗଦାନ ଦେଇଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଚାରୋଟି ଦଳରେ ବିଭକ୍ତ କରାଯାଇଛି। ସେଥ୍ମଧ୍ୟରୁ ଗୋଟିଏ ଦଳ ସମସ୍ତ ତଥ୍ୟ ସଂଗ୍ରହ କରୁଥିବା ବେଳେ ଦ୍ବିତୀୟ ଦଳଟି ସେହି ତଥ୍ୟର ସତ୍ୟତା ପରୀକ୍ଷା କରୁଛନ୍ତି, ଏବଂ ତୃତୀୟ ଦଳଙ୍କୁ ପ୍ରଦାନ କରୁଛନ୍ତି। ତୃତୀୟ ଦଳ ସମସ୍ତ ପରିକ୍ଷୀତ ତଥ୍ୟକୁ ଆମ ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟରତ ଥିବା ସ୍ବେଚ୍ଛାସେବୀଙ୍କୁ ପ୍ରଦାନ କରୁଛନ୍ତି ଏବଂ ଶେଷରେ ସେହି ସୂଚନା ମାଧ୍ୟମରେ ସେବା ଚାହୁଁଥିବା ବ୍ୟକ୍ତିଙ୍କ ସହିତ ସେବା ଯୋଗାଉଥିବା ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନକୁ ଯୋଡା ଯାଉଛି। ସାମାଜ ରେ ଦେଖାଯାଉଥିବା ଆବଶ୍ୟକତାକୁ ଆଖୁ ଆଗରେ ରଖୁ ମଇ ମାସ ୧୨ ତାରିଖରୁ ଆମେ ସକ୍ରିୟ ଭାବରେ ଏହି ୨୪ଘଣ୍ଟିଆ ହେକ୍ଟଲାଇନ କାର୍ଯ୍ୟ ଆରମ୍ଭ କରିଛୁ ଏବଂ ପ୍ରତ୍ୟେକ ଦିନ ଆମ ପାଖକୁ ଆସୁଥି ଅନୁରୋଧକୁ ସଫଳତାର ସହିତ ପୂରଣ କରୁଛୁ ।

କିଛି ସହାୟତାର ଉଦାହରଣ:

୧. ଓଡ଼ିଆ ଚଳଚ୍ଚିତ୍ର ନାୟିକା ରିୟା ଦେଙ୍କ ମା’ଙ୍କ ଦେଇ ବନ କରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହେଇଯିବା ଫଳରେ ତାଙ୍କୁ ବାଲେଶ୍ବରରୁ କଟକକୁ ସ୍ଥାନାନ୍ତରିତ କରିବା ନିମନ୍ତେ ୧୬ ମାଘ ଦିନ ରମା ରେ ଆମକୁ ଭେସ୍ଟିଲାଇନ ନମ୍ବର ମାଧ୍ୟମରେ ସମ୍ପର୍କ କରିଥିଲେ ଏବଂ ଆନେ ତାଙ୍କ ପାଇଁ ଆସୁଲାନ୍ସ ସେବା ଉପଲବ୍ଧ କରାଇବା । ରେ ସଫଳ ହୋଇଥିଲୁ ଏବଂ ମଇ ୨୪ ଦିନ ତାଙ୍କ ବାପାଙ୍କର ଜନ ଅଧିକାର ଆବଶ୍ୟକକ ବଳେ ଇଥିଲା । ଯାହା ଫଳରେ ସେ ଆମକୁ ଯୋଗାଯୋଗ କରିଥିଲେ ଏବଂ ଆମେ ତାଙ୍କୁ କବିତ୍ର ତଥ୍ୟ ପ୍ରଦାନ କରି ଅମ୍ଳଜାନ ଯୋଗାଇଛନ୍ତି। ଏଥି ନିମନ୍ତେ ଅଭିନେତ୍ରୀ ରିୟା ବି ତାଙ୍କ ମୋନିଲ ମିଡିଆ ଚରା ଆମକୁ କୃତତା କନ କରିଥିଲେ।

୨. ଭଦ୍ରକ ଜିଲ୍ଲା ଘର ଥିବା ଜଣେ ଲୋଭିତ ରୋଗୀଙ୍କୁ ଅନୁଗୁଳକୁ ସ୍ଥାନାନ୍ତରିତ କରିବା ନିମନ୍ତେ ଆମ ରାଜନ କୁ କଲ ଆସିବା ପରେ ଆମେ ଅନୁଗୁଳ ଜିଲ୍ଲା ଅଧିକାରୀଙ୍କ ସହ ଯୋଗାଯୋଗ କରି ତାଙ୍କ ସ୍ଥାନରଣର ବ୍ୟବସ୍ଥ କରାଇଥିଲୁ।

୩. ଏହା ବ୍ୟତୀତ ଜିଲ୍ଲାର ସମସ୍ତ ସ୍ଥାନରୁ ଆମଦନ ନିମନ୍ତେ ଆସୁଥିବା ସରଙ୍କୁ ସଠିକ ସମୟରେ ଗ୍ରହଣ କରି ଗୋଧୀଙ୍କୁ ସଠିକ୍‌ ତଥ୍ୟ ପ୍ରଦାନ କରାଯାଇଛି ଏବଂ ଅମଳନ ପ୍ରଦାନର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟ ଆଇନ୍‌ରିକ୍‌ ପ୍ରୋଗ୍ରାମର ନିର୍ଦ୍ଦେଶକ ତଥା ଏକ ଏସଏସର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ନିଖିବା ଏମ ଦିନ ଛାତ୍ର ମଙ୍ଗଳ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ନ ସମୟ ଏକ ଏବଂ ଏଇ ଯୋଗୁ ଆଗରଙ୍କ ସକ୍ରିୟ ପାଇଁ ଦର୍ଶନରେ ସୂଚନା ସଂଳାୟରେ ଆଗକୁ ବଢ଼ି ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking