31.1 C
Bhubaneswar
Friday, June 13, 2025
Homeଓଡିଶା‘ଲଘୁଚାପ ହୋଇପାରେ, ବାତ୍ୟାର ସୂଚନା ନାହିଁ’

‘ଲଘୁଚାପ ହୋଇପାରେ, ବାତ୍ୟାର ସୂଚନା ନାହିଁ’

ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶାରେ ବାତ୍ୟା ହେବାର କୌଣସି ସୂଚନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବଙ୍ଗୋପସାଗରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହି ଲଘୁଚାପଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏହା କେଉଁ ଉପକୂଳକୁ ଯିବ, କେବେ ଉପକୂଳରେ ପହଞ୍ଚିବ, ଏହାର ପ୍ରଭାବ କ’ଣ ରହିବ ତାର ପୂର୍ବାନୁମାନ କରାଯାଇନାହିଁ । ତାହାର ପ୍ରକୃତ ରୂପରେଖ କ’ଣ ହେବ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ । ଅକ୍ଟୋବର ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ ।

ଏହି ମାସରେ ବାତ୍ୟା ହୋଇଥାଏ । ଆମେ ଏହା ଉପରେ ନଜର ରଖିଛୁ । ଲଘୁଚାପ ସୃଷ୍ଟି ହେଲେ ରୂପରେଖ ଜଣାପଡ଼ିବ । ଲୋକମାନେ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଡ. ମହାପାତ୍ର ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶା ପାଇଁ ଅକ୍ଟୋବର ବାତ୍ୟା ଋତୁ ହୋଇଥିବା ବେଳେ ୧୯୯୯ ମହାବାତ୍ୟା, ୨୦୧୩ ମସିହାର ଫାଇଲିନ୍ ବାତ୍ୟା ଆଦି ଏହି ଅକ୍ଟୋବର ମାସରେ ହିଁ ହୋଇଛି ।

ଅପରପକ୍ଷେ ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ହୀରାକୁଦରେ ସର୍ବାଧିକ ୧୭ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡାରେ ୭.୪ମିମି, ବରଗଡ ୭.୨ମିମି, ଟିଟିଲାଗଡରେ ୭.୧ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଆଜି ଭୁବନେଶ୍ୱରର ଦିନର ତାପମାତ୍ରା ୩୨.୫ଂ ରହିଥିବା ବେଳେ କଟକର ତାପମାତ୍ରା ୩୨ଂ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking