28.8 C
Bhubaneswar
Friday, June 19, 2026
Homeଓଡିଶାଆସୁଛି ଲଘୁଚାପ, ହେବ ପ୍ରବଳ ବର୍ଷା

ଆସୁଛି ଲଘୁଚାପ, ହେବ ପ୍ରବଳ ବର୍ଷା

ଭୁବନେଶ୍ୱର : ଗୋଟିଏ ସପ୍ତାହରେ ମଧ୍ୟରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା ୭ତାରିଖରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ୧୫ କିମ୍ବା ୧୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ମଡେଲରୁ ଜଣାପଡ଼ିଛି। ୭ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପଟି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ତେଣୁ ରାଜ୍ୟରେ ପୂର୍ବ ଲଘୁଚାପ ତୁଳନାରେ ଅଧିକ ବର୍ଷା ହୋବର ସମ୍ଭାବନା ରହିଛି। ଏହି ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୩-୪ଦିନ ପର୍ୟ୍ୟନ୍ତ ବର୍ଷା ହୋଇପାରେ। ତେଣୁ ଜୁନ୍‌‌ରେ ଯେଉଁ ନିଅଣ୍ଟିଆ ବର୍ଷା ରହିଛି, ତାହା ଜୁଲାଇରେ ଭରଣା ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୩ଦିନ ପର୍ୟ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା ଆଶଙ୍କା ରହିଥିବା ବେଳେ ୬ ତାରିଖରୁ ରାଜ୍ୟରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ସେହିଦିନ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ପ୍ରବଳ ବର୍ଷା ହୋଇପାରେ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking