28.1 C
Bhubaneswar
Sunday, September 8, 2024
Homeଓଡିଶା୨୬ରେ ଲଘୁଚାପ, ୨୭ରେ ଅବପାତ ସମ୍ଭାବନା; ଆସନ୍ତା ୪ଦିନ ରାଜ୍ୟରେ ଜାରି ରହିବ କୋହଲା ପାଗ

୨୬ରେ ଲଘୁଚାପ, ୨୭ରେ ଅବପାତ ସମ୍ଭାବନା; ଆସନ୍ତା ୪ଦିନ ରାଜ୍ୟରେ ଜାରି ରହିବ କୋହଲା ପାଗ

ଭୁବନେଶ୍ୱର: ଆସନ୍ତା ୨୫ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ପର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହର ପ୍ରଭାବରେ ୨୬ରେ ଏକ ଲଘୁଚାପ ଆଣ୍ଡାମାନସାଗର ନିକଟରେ ସୃଷ୍ଟି ହେବ । ଲଘୁଚାପ ସୃ୍‌ଷ୍ଟି ପରେ ଏହା ପଶ୍ଚିମ-ଉତ୍ତର ଦଗରେ ଗତି କରିବ । ଯାହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି । ଅପରପେକ୍ଷ ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ତାପମାତ୍ରା ଉପରମୁହାଁ ହୋଇଛି । ଉପକୂଳ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ଥିବା ବେଳେ ଆଭ୍ୟନ୍ତରୀଣ ଏବଂ ପାହାଡିଆ ଅଞ୍ଚଳରେ ସ୍ୱାଭାବିକ ଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ଅଛି ପାରଦ । ୪ ଦିନ ପରେ ପାଗରେ ପରିବର୍ତ୍ତନ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking