26.1 C
Bhubaneswar
Tuesday, June 17, 2025
Homeଅପରାଧବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା

ବାଲିଅନ୍ତା : ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିବା ମାମଲାରେ ବାଲିଅନ୍ତା ଥାନା ପୁଲିସ ଜଣେ ଏମବିଏ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଛାତ୍ର ହେଲା ଖୁନକାର ଗ୍ରାମର ରୂପକ ରଂଜନ ତ୍ରିପାଠୀ (୨୬)। ପ୍ରତାରିତା ଯୁବତୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି। ଜାମିନ ନାମଂଜୁର ହୋଇଯିବାରୁ ରୂପକ ରଂଜନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ରୂପକ ରଂଜନ ଏକ ଘରୋଇ ମ୍ୟାନେଜମେଣ୍ଟ କଲେଜରେ ଏମବିଏ ଶେଷବର୍ଷର ଛାତ୍ର। ରୂପକ ରଂଜନ ଓ ଯୁବତୀଙ୍କ ମଧ୍ୟରେ ଦୀର୍ଘ ୫ ବର୍ଷ ଧରି ପ୍ରମ ସଂପର୍କ ଗଢ଼ିଉଠିଥିଲା। ବିବାହର ପ୍ରତିଶ୍ରୁତି ଦେଇ ରୂପକ ରଂଜନ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲା। ଯୁବତୀ ବିବାହ ପାଇଁ ଜିଦ୍ କରିବାରୁ ଅଭିଯୁକ୍ତ ଦିନ ଗଡ଼ାଇ ଚାଲିଥିଲା। ଶେଷରେ ନିରାଶ ହୋଇ ଯୁବତୀ ବାଲିଅନ୍ତା ଥାନାର ଦ୍ବାରସ୍ଥ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking