19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶପ୍ରେମର ବୟସ ନାହିଁ! ରୋଗୀଣା ପତ୍ନୀଙ୍କୁ ଭେଟିବାକୁ ହସ୍ପିଟାଲ୍‌ରେ ପହଞ୍ଚିଲେ ୧୦୨ ବର୍ଷୀୟ ପତି

ପ୍ରେମର ବୟସ ନାହିଁ! ରୋଗୀଣା ପତ୍ନୀଙ୍କୁ ଭେଟିବାକୁ ହସ୍ପିଟାଲ୍‌ରେ ପହଞ୍ଚିଲେ ୧୦୨ ବର୍ଷୀୟ ପତି

ନୂଆଦିଲ୍ଲୀ: ଜୀବନର ଅନେକ ରଙ୍ଗ ମଧ୍ୟରୁ ସବୁଠାରୁ ସୁନ୍ଦର ରଙ୍ଗ ହେଉଛି ଦାମ୍ପତ୍ୟ । ଉତ୍ତମ ଜୀବନସାଥୀ ମିଳିଗଲେ ସାରା ଜୀବନଟା ରଙ୍ଗିନ ହୋଇଯାଏ । ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବ୍ୟକ୍ତି ନିଜକୁ ସ୍ୱତନ୍ତ୍ର ଅନୁଭବ କରିଥାଏ । ଆଜି ଆମେ ଏମିତି ଜଣେ ପତିଙ୍କ ବିଷୟରେ କହିବୁ, ଯିଏକି ବୟସକୁ ହେୟଜ୍ଞାନ କରି ସଂପର୍କକୁ ଗୁରୁତ୍ୱ ଦେଇଛନ୍ତି । ପରିଣତ ବୟସରେ ବି ହସ୍ପିଟାଲ୍‌ରେ ଥିବା ତାଙ୍କ ପତ୍ନୀଙ୍କୁ ସର୍‌ପ୍ରାଇଜ୍ ଦେଇ ସବୁ ଦମ୍ପତିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ୍ ହେବାରେ ଲାଗିଛି ।

ଏହି ଭିଡିଓରେ ୧୦୨ ବର୍ଷୀୟ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଭେଟିବାକୁ ହସ୍ପିଟାଲ୍‌କୁ ଯାଉଛନ୍ତି । ବୃଦ୍ଧ ଜଣକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ପତ୍ନୀଙ୍କୁ ଭେଟିବାକୁ ଯିବା ବେଳେ ହାତରେ ଏକ ଫୁଲତୋଡ଼ା ଧରିଛନ୍ତି । ସେ ପତ୍ନୀଙ୍କୁ ଭେଟିବା ପରେ ପତ୍ନୀଙ୍କ ମୁହଁରେ ଏକ ଚୁମ୍ବନ ବି ଦେଉଛନ୍ତି । ବୃଦ୍ଧ ଜଣକ ବୟସର ଶେଷ ପର୍ଯ୍ୟାୟରେ ଥିବା ହେତୁ ସେ ଠିକ୍ କରି ଚାଲି ବି ପାରୁନାହାନ୍ତି । ହେଲେ ପତ୍ନୀଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବା ସେ ଆଜି ବି ବନ୍ଦ କରିନାହାନ୍ତି । ଆପଣ ଦେଖି ପାରୁଥିଲେ ଯେ ବୃଦ୍ଧ ଜଣକ ଚାଲି ଚାଲି ଆସୁଥିବା ବେଳେ ତାଙ୍କୁ ପଛରୁ ଜଣେ ଧରିଛନ୍ତି । ତେବେ ବୃଦ୍ଧଙ୍କ ହାତରେ ଫୁଲତୋଡ଼ା ଦେଖି ତାଙ୍କ ପତ୍ନୀ ବି ହସୁଥିବାରୁ ଆପଣ ଭିଡିଓରେ ଦେଖି ପାରୁଥିବେ । ଏହି ଭିଡିଓରେ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking