30.1 C
Bhubaneswar
Monday, August 15, 2022
Homeଅପରାଧବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ: ପ୍ରେମିକାକୁ ପାଇବା ପାଇଁ ପ୍ରେମିକ....

ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ: ପ୍ରେମିକାକୁ ପାଇବା ପାଇଁ ପ୍ରେମିକ….

ଯାଜପୁର: ବିଫଳ ପ୍ରେମିକର ଉନ୍ମତକାଣ୍ଡ । ପ୍ରେମିକାକୁ ପାଇବା ପାଇଁ ପ୍ରେମିକ କଲା ପାଗଳାମି । ଅଙ୍ଗନବାଡି କର୍ମୀ ଭାବେ କାମ କରୁଥିବା ମହିଳାଙ୍କୁ ଜଣେ ଯୁବକ ଏକତରଫା ପ୍ରେମ କରି ବିଫଳ ହେବା ପରେ ଆଜି ଉକ୍ତ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଛି । ଅଭିଯୋଗ ମୁତାବକ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଚୋରମୁହାଁ ଗ୍ରାମରେ ଆଙ୍ଗନୱାଡ଼ି କେନ୍ଦ୍ରରେ ପିଲାଙ୍କୁ ପାଠ ପଢ଼ାଉଥିବା ମହିଳା କର୍ମୀ ତିଲୋତମା ବେହେରାଙ୍କୁ ସେହି ଗ୍ରାମର ଜଣେ ଯୁବକ ଏକତରଫା ପ୍ରେମ ନିବେଦନ କରିଥିଲେ ।

ଏହି ପ୍ରସ୍ତାବକୁ ମହିଳା ଜଣକ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଏ ସମ୍ପର୍କରେ ଥାନରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଯୁବକ ରାକେଶ ଦାସକୁ କିଛି ମାସ ତଳେ ଗିରଫ କରିଥିଲା । ପରେ ସେ ପୁଣି ଗାଁକୁ ଫେରିଥିଲା । ତେବେ ଆଜି ସକାଳେ ମହିଳା କର୍ମୀ ଜଣକ ଅଙ୍ଗନୱାଡି କେନ୍ଦ୍ରକୁ ଯାଉଥିବା ବେଳେ ଅଭିଯୁକ୍ତ ରାକେଶ ଅଚାନକ ଏକ ବାଉଁଶ କିଳାରେ ମହିଳାଙ୍କୁ ଆକ୍ରମଣ କରିଥିଲା । ଫଳରେ ମହିଳା ଜଣକ ଗୁରୁତର ଭାବେ ଆହତ ହୋଇ ତଳେ ପଡିଯାଇଥିଲେ ।

ପରେ ଗ୍ରାମବାସୀମାନେ ମହିଳାଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ମହିଳାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking