ପାଟ୍ନା: ବିହାରର ଫାରବିସଗଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ପ୍ରେମରେ ପାଗଳ ସାଜି ନିଜ ପେଟରେ ହିଁ ନିଜେ ଛୁରୀ ଭୁସି ଦେଇଥିବା ଭଳି ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଜାଣିବାକୁ ମିଳିଛି ଯେ ଯୁବକ ଜଣକ ନିଜ ପ୍ରେମକୁ ପାଇବାକୁ ଏପର କରିଛନ୍ତି । ସେ ନେପାଳର ବୋଲି ଜଣାପଡ଼ିଛି । ଯୁବକ ଜଣକ ନେପାଳରର ଏକ କାରଖାନାରେ କାମ କରନ୍ତି । ଯୁବକ ଜଣଙ୍କୁ ନିଜ କାମ ସହ ଜଡ଼ିତ ଜଣେ ବିରଟନଗରର ଯୁବତୀଙ୍କ ସହ ପ୍ରେମ ହୋଇଗଲା । ମାତ୍ର ଯୁବତୀ ଜଣକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖି ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ସହ ପ୍ରତାରଣା କରିବାରୁ ଯୁବକ ଜଣକ ଏପରି କରିଥିବା ସୂଚନା ରହିଛି ।
ଯୁବତୀ ଯୁବକଙ୍କ ପ୍ରେମକୁ ପ୍ରତ୍ୟାଖାନା କରିବାରୁ ତାହାକୁ ସହ୍ୟ ନକରିପାରି ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାତ୍ର ସେ ସେଥିରେ ସଫଳ ହୋଇପାରିନଥିଲେ । ଯୁବକ ଜଣକ ନିଜ ପେଟରେ ଛୁରୀ ମାରିବା ପରେ ପୁଣି ନିଜ ଜୀବନ ପ୍ରତି ମୋହ ଆସିଥିଲା । ଫଳରେ ସେ ରକ୍ତ ଜୁଡୁବୁଡ ଅବସ୍ଥାରେ ଯାଇ ବିହାରର ଏକ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ତଦନ୍ତରୁ ଜାଣିବାକୁ ମିଳିଛି ଯେ ନେପାଳର ଯୁବକ ଜଣକ ଯୁବତୀଙ୍କୁ ପ୍ରେମ କରୁଥିବା ବେଳେ ଯୁବତୀଙ୍କର ଅନ୍ୟ ଏକ ଯୁବକଙ୍କ ପ୍ରତି ଦୁର୍ବଳତା ଥିବା ସେ କହିଥିଲେ । ଏହାକୁ ସହ୍ୟ ନକରିପାରି ଯୁବକ ଏପରି ପଦକ୍ଷେପ ନେଇଥିଲେ । ଏହା ପୂର୍ବରୁ ସେ ଆଉ ଥରେ ଏପରି ପ୍ରୟାସ କରି ସାରିଛନ୍ତି ବୋଲି ସୂଚନା ରହିଛି ।