33.1 C
Bhubaneswar
Friday, May 3, 2024
Homeଓଡିଶାବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ପ୍ରେମିକ ଫେରାର୍

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ପ୍ରେମିକ ଫେରାର୍

ବାଲିଚନ୍ଦ୍ରପୁର:  ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ସହ ପ୍ରେମିକ ଫେରାର୍ ହୋଇଯାଇଥିବା ନେଇ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଛି । ଜନୈକା ଯୁବତୀ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ନଳୀନୁର ଗ୍ରାମର ସାଦତ୍ ଖାଁ ଦୀର୍ଘ ୫ ବର୍ଷହେବ ଆମ ଘରକୁ ଦୈନନ୍ଦିନ ଯାଆଆସ କରି ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ । ପରେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଶାରୀରିକ ସମ୍ପର୍କ ରଖିଥିଲେ ।

ଗର୍ଭବତୀ ହେବା ଜାଣିବା ପରେ ଗର୍ଭ ନଷ୍ଟ କରିବାକୁ ବାଧ୍ୟ କରିଥିଲେ ସାଦତ୍ । ମୁଁ ଏହାର ବିରୋଧ କରି ମୋତେ ବାହା ହୁଅ, ନହେଲେ ତୁମ ଘର ଦୁଆରେ ଯାଇ ବସିବି ବୋଲି କହିଥିଲି ।  ଏହାର ଜବାବରେ ସେ ମୋତେ ଧମକ ଦେଇ କହିଲା ଯାହା କରିବା କଥା ଭାବିଚିନ୍ତି କରିବୁ । ନହେଲେ ତୋର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେବି ବୋଲି କହିଥିଲା । ପରେ ସମ୍ପୃକ୍ତା ଯୁବତୀଙ୍କ ଭାଇ ସାଦତଙ୍କ ଘରକୁ ଯାଇ ତାଙ୍କ ଭାଇ ରିୟାଜତଙ୍କୁ ସମସ୍ତ ଘଟଣା ଜଣାଇଲେ । ରିୟାଜତ ସମୟ ଘଟଣା ଶୁଣି କିଛି ଦିନ ସମୟ ମାଗିଥିଲେ। ୧୦ଦିନ ପରେ ଯୁବତୀଙ୍କ ଭାଇ ରିୟାଜତକୁ ଘଟଣା ବିଷୟରେ ପଚାରିବାରୁ, ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଅଭିଯୁକ୍ତ ଫେରାର୍ ଥିବା ଜଣାପଡ଼ିଛି । ପରେ ସମ୍ପୃକ୍ତା ଯୁବତୀଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଅଭିଯୋଗ ପରେ ବାଲିଚନ୍ଦ୍ରପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking