27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମାର୍ଚ୍ଚ ୧୩ ପରେ ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ!

ମାର୍ଚ୍ଚ ୧୩ ପରେ ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ!

ନୂଆଦିଲ୍ଲୀ : ଭାରତର ନିର୍ବାଚନ କମିଶନ ଆସନ୍ତା ମାର୍ଚ୍ଚ ୧୩ ତାରିଖ ପରେ ଯେକୌଣସି ଦିନ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ନିର୍ବାଚନ କମିଶନଙ୍କ ନିକଟତମ ସୂତ୍ରରୁ ଆଜି ଏହା ଜଣାପଡ଼ିଛି । ନିର୍ବାଚନ କମିଶନଙ୍କ ଟିମ୍‌ ବର୍ତ୍ତମାନ ବିଭିନ୍ନ ରାଜ୍ୟ ଗସ୍ତ କରି ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରୁଛନ୍ତି । ମାର୍ଚ୍ଚ ୧୩ ତାରିଖ ପରେ କମିଶନଙ୍କ ଗସ୍ତ କାର୍ୟ୍ୟକ୍ରମ ଶେଷ ହେବ । ଏହା ପରେ ତାରିଖ ଘୋଷଣା ହେବ । ନିର୍ବାଚନ କମିଶନଙ୍କ ଟିମ୍‌ ବର୍ତ୍ତମାନ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ସେସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସମେତ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଓ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା କରୁଛନ୍ତି । ଏଥିସହ ସେଠାରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି । ନିର୍ବାଚନରେ ନିୟୋଜିତ କର୍ମଚାରୀ, ଅର୍ଦ୍ଧସାମରିକ ବାହିନୀର ଯବାନ, ଇଭିଏମ୍‌ ପରିବହନ, ସୀମାବର୍ତ୍ତୀ ଅଞ୍ଚଳର ସ୍ଥିତି ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଆସନ୍ତା ସପ୍ତାହରେ ନିର୍ବାଚନ କମିଶନଙ୍କ ଟିମ୍‌ ପଶ୍ଚିମବଙ୍ଗ, ବିହାର, ତାମିଲନାଡୁ, ଉତ୍ତରପ୍ରଦେଶ ଓ ଅନ୍ୟ କେତେକ ରାଜ୍ୟ ଗସ୍ତରେ ଯିବେ । ମାର୍ଚ୍ଚ ୧୩ରେ ଜମ୍ମୁ-କାଶ୍ମୀର ଗସ୍ତ କରିବେ । ଲୋକସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ କରାଇବାକୁ ମଧ୍ୟ କମିଶନ ଲକ୍ଷ୍ୟ ରଖିଛନ୍ତି । ଚଳିତବର୍ଷ ଲୋକସଭା ନିର୍ବାଚନରେ ଦେଶର ପ୍ରାୟ ୯୭ କୋଟି ଭୋଟର ମତଦାନ କରିବେ । ୨୦୧୯ ତୁଳନାରେ ଚଳିତଥର ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବଢ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking