28.8 C
Bhubaneswar
Friday, June 19, 2026
Homeଓଡିଶାଏଲଏଲସିସି କପ: ଜାଗୃତି ୫୦ ରନରେ ଅଲଆଉଟ, ୯ ୱିକେଟରେ ଜିତିଲା ଗ୍ରୀନ୍ସ

ଏଲଏଲସିସି କପ: ଜାଗୃତି ୫୦ ରନରେ ଅଲଆଉଟ, ୯ ୱିକେଟରେ ଜିତିଲା ଗ୍ରୀନ୍ସ

ପିପିଲି: ଆଇଆରସି ଭିଲେଜରେ ଚାଲିଥିବା ୪ର୍ଥ ଏଲଏଲସିସି ୧୫ ବର୍ଷରୁ କମ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଜାଗୃତି କ୍ରିକେଟ ଏକାଡେମୀ ଲଜ୍ଜାଜନକ ପ୍ରଦର୍ଶନ କରିଛି। ଆଜି ପ୍ରି କ୍ୱାର୍ଟର ଫାଇନାଲରେ ଦଳ ଟୁର୍ଣ୍ଣାମେଣ୍ଟର ସର୍ବନିମ୍ନ ସ୍କୋର କରିବାର ଲଜ୍ଜା ମୁଣ୍ଡାଇଛି। ଗ୍ରୀନ୍ସ କ୍ରିକେଟ ଏକାଡେମୀ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଜାଗୃତି କେବଳ ୫୦ ରନରେ ଅଲଆଉଟ ହୋଇ ଯାଇଛି। ମ୍ୟାଚ୍‌ ୩୫ ଓଭର ବିଶିଷ୍ଟ ହୋଇଥିଲେ ହେଁ ଜାଗୃତିର ବ୍ୟାଟରମାନେ କେବଳ ୧୨.୩ ଓଭର ଯାଏ କ୍ରିଜରେ ତିଷ୍ଠି ପାରିଥିଲେ। ଦଳ ପକ୍ଷରୁ ଅଧିନାୟକ ପ୍ରତୀକ ବେହେରା ସର୍ବାଧିକ ୧୬ ରନ କରିଥିବା ବେଳେ ସୌମ୍ୟ ଦାଶ ୧୨ ରନ କରିଛନ୍ତି। ଏହି ଦୁଇ ବ୍ୟାଟରଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇପାରି ନଥିଲେ। ଶେଷରେ ପୂରା ଟିମ ୫୦ ରନରେ ଅଲଆଉଟ ହୋଇଯାଇଥିଲା। ଏହା ଏଲଏଲସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟର ସର୍ବନିମ୍ନ ଦଳଗତ ସ୍କୋର।

ଗ୍ରୀନ୍ସ ପକ୍ଷରୁ ଓମ ପି ସାହୁ ଦମଦାର ବୋଲିଂ କରି ଏକାକୀ ୬ଟି ୱିକେଟ ନେଇଛନ୍ତି। ସେ ୪ ଓଭରରେ ୨ଟି ମେଡେନ ସହ ୮ ରନ ଦେଇ ଏପରି ସଫଳତା ହାସଲ କରିଛନ୍ତି। ତାଙ୍କ ବ୍ୟତୀତ ଜଗନ୍ନାଥ ବେହେରା ଓ ଓମ ପି ବେହେରା ୨ଟି ଲେଖାଏ ୱିକେଟ ନେଇଛନ୍ତି।
ମାତ୍ର ୫୧ ରନର ଟାର୍ଗେଟ ପାଇଥିବା ଗ୍ରୀନ୍ସ ଏକାଡେମୀ ଗୋଟିଏ ୱିକେଟ ହରାଇ ୫.୫ ଓଭରରେ ବିଜୟ ହାସଲ କରି ନେଇଛି। ଦଳ ଏକମାତ୍ର ୱିକେଟ ଭାବେ ସରୋଜ ରାଣା(୪)ଙ୍କୁ ହରାଇଥିଲା। ଜେମ୍ସ ଲିମା ଅପରାଜିତ ୨୫ ଓ ଓମ ପି ବେହେରା ଅପରାଜିତ ୧୨ ରନ କରି ଦଳକୁ ବୃହତ୍ତ ବିଜୟ ଭେଟି ଦେଇଛନ୍ତି।ବୋଲିଂରେ କମାଲ କରିଥିବା ଓମ ପି ସାହୁଙ୍କୁ ଦୁଇ ଓସିଏ ପ୍ୟାନେଲ ଅମ୍ପାୟାର ଶାଶ୍ୱତୀ ଶତପଥୀ ଓ ଚନ୍ଦ୍ର ମୋହନ ବରାଳ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking