ଭବାନୀପାଟଣା: ଜୀବିକା ଦେଇଛି ଜିଇବାର ରାହା,ରୋକିପାରୁନି ସାନିଧ୍ୟ ବୟସ। ଯିଏ ଅହରହ ନିଜ ଦୁଃଖ ଭୁଲି ସଦା ସନ୍ତାନ ମୁହଁରେ ଆହାର ଯୋଗାଇବାରେ ଵ୍ୟସ୍ତ, ସେ ହିଁ ତୋ ମାଆ। ନିଜ ସନ୍ତାନ ମୁହଁରେ ଟିକେ ହସ ଫୁଟାଇବାକୁ ଯାଇ ଦେହ ଝାଳ ତୁଣ୍ଡରେ ମାରେ, ସେ ହିଁ ତୋ ମାଆ। ଏଭଳି ଏକ ମମତା ,ସ୍ନେହି ଆଦରିଣୀୟ ମାଆଙ୍କ ଜୀବିକାକୁ ନେଇ ବଞ୍ଚିବା ପ୍ରୟାସ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ବେହେରାଗୁଡା ଓ ବେଳ ଗାଁ ରେ। ବେହେରାଗୁଡାର ଲୋଚନୀ, ବୟସ ୭୦ବର୍ଷ। ଏହି ବୟସରେ ବି ହାର ମାନି ନାହାନ୍ତି। ନିଜକୁ ସ୍ୱାଭିମାନ ଭାବେ ବଂଚିରହିବାକୁ ସଂଘର୍ଷ ଜାରି ରଖିଛନ୍ତି। ନିଜ ବଢ଼ିଲା ଝିଅର ପ୍ରତିପୋଷଣ ଦାୟିତ୍ୱ ନିଜ କାନ୍ଧରେ।ସେଥିପାଇଁ ତ ମୁଢି ପସରା ନିଜ ମୁଣ୍ଡରେ ବୋହି ଏ ପଡାରୁ ସେ ବୁଲିବୁଲି ବିକ୍ରି କରେ।
ଏହି ମୁଢି ବିକ୍ରିରେ ଯାହା ମିଳେ ସେଥିରୁ ଝିଅର ମୁହଁରେ ଆହାର ପଡେ। ନିଜ ସ୍ୱାମୀ ଆରପାରିକୁ ଯିବା ପରେ ଦୁଇ ପୁଅ ଝିଅଙ୍କ ପ୍ରତିପୋଷଣ ଦାୟିତ୍ୱ ନିଜ ଭାରକୁ ନେଇଛି। ଏକ ଝାଟିମାଟି ଦଦରା କୁଡ଼ିଆରେ କାଳ କାଟୁଛି। ଏହିପରି ଟିପିଗୁଡା ପଂଚାୟତ ବେଳ ଗାଁ ର ରେବତୀ, ବୟସ ୬୫ବର୍ଷ। ନିଜ ସନ୍ତାନ ସନ୍ତତିକୁ ପ୍ରତିପାଦନ ଲାଗି କୁଲା ମରାମତି ବୃତ୍ତିକୁ ଆପଣେଇଛି। ଏହି କାମରେ ନିୟୋଜିତ ହୋଇ ଦୁଇ ପିଲାଙ୍କ ପ୍ରତିପୋଷଣ କରୁଛୁ।ସକାଳ ପାଇଲେ ଏ ଗାଁ ରୁ ସେ ଗାଁ ଯାଇ ଲୋକଙ୍କ କୁଲା ସଜାଡି ବାରେ ଲାଗଥାଆନ୍ତି।
ଏହିକାମ ପାଇଁ ମିଳେ କାହାଠୁ ଚାଉଳ ଗଣ୍ଡେ, ,କିଏ ଦିଏ ମୁଠେ ଚଣା, ମୁଗ ,ଡାଲି ଭଳି ପଦାର୍ଥ। ଏଥିରୁ ହିଁ ଘର ଚଳେ। ତେବେ ଏହି ମାନଙ୍କୁ ଦେଖିଲେ ହିଁ ବାସ୍ତବତା ମାଆର ଅର୍ଥ ପରିପୃଷ୍ଠା ଜଳଜଳ ଦେଖାଯାଏ। ଅପରାହ୍ଣ ବୟସକୁ ହାର ନ ମାନି ଆହାର ଖଣ୍ଡେ ଜଗାଡ଼ କରି ନିଜ ସନ୍ତାନ ତୁଣ୍ଡରେ ଦ୍ଵିମୁଠା ଖାଇବାକୁ ଦେଉଛନ୍ତି। ସେହି ମହାନ ମମତା ମୟୀ ମାଆଙ୍କୁ ନୀତି ଦିନ ପରିବାର ତରଫରୁ ପ୍ରଣିପାତ।