34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଗିରଫ ହେଲେ ଲୋକପ୍ରିୟ କମେଡି କୁଇନ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ

ଗିରଫ ହେଲେ ଲୋକପ୍ରିୟ କମେଡି କୁଇନ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ

ମୁମ୍ବାଇ : ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଲୋକପ୍ରିୟ କମେଡି କୁଇନ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଏନସିବି ଗିରଫ କରିଥିବା ଜଣାପଡ଼ିଛି। ଗତକାଲି ବହୁ ସମୟ ଜେରା ପରେ ହର୍ଷଙ୍କୁ ଏନସିବି ଗିରଫ କରିଛି। ଭାରତୀଙ୍କ ମୁମ୍ବାଇ ଅଂଧେରୀ ଘର ଓ କାର୍ଯ୍ୟାଳୟରେ ଏନସିବି ଦ୍ୱାରା ଚଢଉ କରାଯାଇଥିଲା। ଏହାସହ ଉଭୟ ସ୍ଥାନରୁ ୮୬.୫ ଗ୍ରାମ ଡ୍ରଗ୍ସ ମଧ୍ୟ ଜବତ କରିଥିଲା। ଭାରତୀ ଓ ତାଙ୍କ ସ୍ୱାମୀ ଉଭୟ ଡ୍ରଗ୍ସ ବ୍ୟବହାର କରୁଥିଲେ ମଧ୍ୟ ସ୍ୱୀକାର କରିଥିଲେ।
ସୂଚନା ଯୋଗ୍ୟ , ଗତକାଲି କମେଡି କୁଇନ୍‌ ଭାରତୀଙ୍କୁ ଏନସିବି ଗିରଫ କରିଥିଲା। ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସକ୍ରିୟ ରହିବା ସହ ଶନିବାର ମୁମ୍ବାଇରେ ଏନସିବି ୩ଟି ସ୍ଥାନରେ ଚଢ଼ଉ କରିଥିଲା। କମେଡ଼ିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ଘରେ ଚଢ଼ଉ କରିବା ସମୟରେ ଏନସିବି ତାଙ୍କ ଘରୁ ଡ୍ରଗ୍ସ ଜବତ କରିଥିଲା। ଏହାପରେ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷଙ୍କୁ ଏନସିବି ସମନ କରିଥିଲା। ପଚରାଉଚୁରା ସମୟରେ ଏନସିବିକୁ ତାଙ୍କୁ ଘରୁ ଉଦ୍ଧାର ହୋଇଥିବା ଡ୍ରଗ୍ସର ସଠିକ ଉତ୍ତର ଦେଇ ନପାରିବାରୁ ଭାରତୀଙ୍କୁ ଏନସିବି ଗିରଫ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking