31.1 C
Bhubaneswar
Thursday, May 30, 2024
Homeଓଡିଶାକାଳବୈଶାଖୀ ପ୍ରଭାବ; ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ

କାଳବୈଶାଖୀ ପ୍ରଭାବ; ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ

ନୟାଗଡ଼: କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଫଳରେ ଅକାଳରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧୀନ ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ଏହି ବଜ୍ରପାତରେ ଜାକେଡ଼ାର ପଦ୍ମା ପ୍ରଧାନ(୩୫), ମହୁଲିଆର ଜିତେନ୍ଦ୍ର ଦୋରା(୨୧), ଭାଲିଆଡିହିର ଧନେଶ୍ୱର ପରିଡ଼ା(୭୦)ଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକମାନେ ଏମାନଙ୍କୁ ତୁରନ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ମହିଳା ପଦ୍ମା ଗାଁ ନିକଟସ୍ଥ ବିଲକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ ।

ସେହିଭଳି ଜିତେନ୍ଦ୍ର ଆମ୍ବ ତୋଟାକୁ ଆମ୍ବ ଗୋଷଟାଇବାକୁ ଯାଇଥିବା ବେଳେ ଏଭଳି ଅଘଟଣର ଶିକାର ହୋଇଥିଲେ । ଜିତେନ୍ଦ୍ରଙ୍କ ସହିତ ତାଙ୍କ ସାଙ୍ଗ ଆମ୍ବ ତୋଟାକୁ ଯାଇଥିବା ବେଳେ ସେ ଆହାତ ହୋଇ ଗୋଡ଼ିପଡ଼ା ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଧନେଶ୍ୱର ବିଲକୁ ଗାଈ ଚରାଇବାକୁ ନେଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି, ମୃତକଙ୍କ ସମ୍ପର୍କୀୟଙ୍କ କୋହଭରା କାନ୍ଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଶୋକାକୂଳ ପରିବେଶ ସୃଷ୍ଟି କରିଥିଲା । ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking