17.1 C
Bhubaneswar
Friday, January 10, 2025
Homeଓଡିଶାବଜ୍ରପାତ ଜନିତ ମୃତ୍ୟୁ : ସାରା ଦେଶରେ ଓଡ଼ିଶା ଶୀର୍ଷରେ, ୨୦୨୧ରେ ରାଜ୍ୟରେ ମରିଛନ୍ତି ୨୧୩

ବଜ୍ରପାତ ଜନିତ ମୃତ୍ୟୁ : ସାରା ଦେଶରେ ଓଡ଼ିଶା ଶୀର୍ଷରେ, ୨୦୨୧ରେ ରାଜ୍ୟରେ ମରିଛନ୍ତି ୨୧୩

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୨୦୨୧ର ବାର୍ଷିକ ଜଳବାୟୁ ରିପୋର୍ଟ ଶୁକ୍ରବାର ପ୍ରକାଶ ପାଇଛି । ଏହି ରିପୋର୍ଟ ଓଡ଼ିଶାକୁ ନେଇ ଚିନ୍ତାଜନକ ତଥ୍ୟ ରଖିଛି । ଗତ ବର୍ଷ ସାରା ଦେଶରେ ୭୮୭ଜଣ କାଳବୈଶାଖୀ ଏବଂ ବଜ୍ରପାତରେ ମରିଥିବା ବେଳେ ଓଡ଼ିଶାରେ ମରିଛନ୍ତି ସର୍ବାଧିକ ୨୧୩ ଜଣ । ଓଡ଼ିଶା ପଛକୁ ମଧ୍ୟପ୍ରଦେଶରେ ୧୫୬ ଜଣ, ବିହାରରେ ୮୯ ଜଣ, ମହାରାଷ୍ଟ୍ରରେ ୭୬ ଜଣ, ପଶ୍ଚିମବଙ୍ଗରେ ୫୮ ଜଣ, ଝାଡ଼ଖଣ୍ଡରେ ୫୪ ଜଣ, ଉତ୍ତର ପ୍ରଦେଶରେ ୪୯ ଜଣ ଏବଂ ରାଜସ୍ଥାନରେ ୪୮ ଜଣଙ୍କର ଗତବର୍ଷ ବଜ୍ରପାତ ଏବଂ କାଳବୈଶାଖୀରେ ଜୀବନ ଯାଇଛି ।

ରିପୋର୍ଟ ମୁତାବକ ୨୦୨୧ରେ ସାରା ଦେଶରେ ମୋଟ ୧୭୫୦ ଜଣ ପାଣିପାଗ ଜନିତ ବିପର୍ଯ୍ୟୟରେ ପ୍ରାଣ ହରାଇଛନ୍ତି । ବର୍ଷା ଏବଂ ବନ୍ୟାରେ ୭୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସାମୁଦ୍ରୀକ ବାତ୍ୟା ଯୋଗୁଁ ୧୭୨ ଏବଂ ଶୀତ, କୁଆପଥର ମାଡ଼, ବରଫପାତ ଭଳି ଅତି ଖାରାପ ପାଗ ଯୋଗୁଁ ୩୨ ଜଣଙ୍କର ମୃତ୍ୟୁ ହୋଇଛି । ବର୍ଷ ୨୦୨୧ରେ ଦେଶ ୫ଟି ସାମୁଦ୍ରୀକ ବାତ୍ୟାର ସାମ୍ନା କରିଛି ।

ଅତି ଭୟଙ୍କର ଶ୍ରେଣୀର ବାତ୍ୟା ତାଉତେ(ମେ’୧୪-୧୯), ଭୟଙ୍କର ଶ୍ରେଣୀର ବାତ୍ୟା ୟାସ(ମେ’ ୨୩-୨୮ )ଏବଂ ସାହିନ୍‌(ସେପ୍େଟମ୍ବର ୨୯- ଅକ୍ଟୋବର ୪), ବାତ୍ୟା ଗୁଲାବ(ସେପ୍େଟମ୍ବର ୨୪-୨୮) ଏବଂ ଜୱାଦ(ଡିସେମ୍ବର ୨-୬) । ୟାସ, ଗୁଲାବ ଏବଂ ଜୱାଦ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବେଳେ ତାଉତେ ଏବଂ ସାହିନ୍ ଆରବସାଗରରେ ସୃଷ୍ଟି ହୋଇଥିଲା । ତାଉତରେ ସର୍ବାଧିକ ୧୪୪ ଜଣଙ୍କର ପ୍ରାଣହାନୀ ଘଟିଥିଲା । ୟାସରେ ୯ ଜଣ ଏବଂ ଗୁଲାବରେ ୧୯ ଜଣଙ୍କର ଜୀବନ ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking