28.1 C
Bhubaneswar
Sunday, September 22, 2024
Homeଓଡିଶାଟ୍ବିନ୍ ସିଟିରେ ହାଲୁକା ବର୍ଷା

ଟ୍ବିନ୍ ସିଟିରେ ହାଲୁକା ବର୍ଷା

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ଶୀତ ସାଙ୍ଗକୁ ଝିପଝିପ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଗତ ତିନି ଦିନ ହେବ ରାଜ୍ୟରେ ଏଭଳି ପାଗ ଦେଖିବାକୁ ମିଳୁଛି। ବୁଧବାର କଟକ ଏବଂ ଭୁବନେଶ୍ବରରେ ହାଲୁକା ଧରଣର ବର୍ଷା ଲାଗି ରହିଛି। କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଲାଗିରହିଛି।

୨୫ ତାରିଖ ଯାଏଁ ଏଭଳି ପାଗ ଲାଗିରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୬ ତାରିଖରୁ ପାଗ ବଦଳିବା ନେଇ ସମ୍ଭାବନା ରହିଛି। ଓଡିଶା ସମେତ ରାୟଗଡା, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଗୁରୁବାର ପାଇଁ ଗଜପତି, ଗଞ୍ଜାମ , ପୁରୀ , କନ୍ଧମାଳ, ଜଗତସିଂହପୁର , କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking