24.1 C
Bhubaneswar
Wednesday, May 6, 2026
Homeଓଡିଶାପୁରୀ ବେଳାଭୁମିରେ ପର୍ଯ୍ୟଟକଙ୍କ ଆକ୍ରମଣରେ ଲାଇଫଗାର୍ଡ ଆହତ

ପୁରୀ ବେଳାଭୁମିରେ ପର୍ଯ୍ୟଟକଙ୍କ ଆକ୍ରମଣରେ ଲାଇଫଗାର୍ଡ ଆହତ

ପୁରୀ: ପୁରୀ ବେଳାଭୁମିରେ ପର୍ଯ୍ୟଟକଙ୍କ ଆକ୍ରମଣରେ ଲାଇଫଗାର୍ଡ ଆହତ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ୪ ନଂ ସେକ୍ଟରରେ । ଜଣେ ପର୍ଯ୍ୟଟକ ତାଙ୍କ ଧର୍ମପତ୍ନୀଙ୍କୁ  ସମୁଦ୍ର ବାରଣ କରିବାରୁ ଲାଇଫଗାର୍ଡଙ୍କୁ ଉଭୟ ସ୍ୱାମୀ ସ୍ତ୍ରୀ ଚପଲରେ  ମାଡ ମାରିଥିବା ଅଭିଯୋଗ ହୋଇଛି ।ବାତ୍ୟାପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା କରି ଏବଂ ସମସ୍ତ ପର୍ଯ୍ୟଟକଙ୍କ ଜୀବନକୁ ମୁଲ୍ୟବାନ ଭାବି ଗତକାଲି ଆଜି ଓ ଆସନ୍ତାକାଲି ସମୁଦ୍ର ସ୍ନାନ ଉପରେ କଟକଣା ଲଗାଇଛନ୍ତି ସରକାର । ଯାହାକୁ ଅନେକ ପର୍ଯ୍ୟଟକ ସ୍ୱାଗତ କରିଛନ୍ତି । ହେଲେ ପର୍ଯ୍ୟଟକଙ୍କ ଲାଇଫଗାର୍ଡ ପ୍ରତି ଏଭଳି ଦୁର୍ବ୍ୟବହାରକୁ  ନିନ୍ଦା କରାଯାଇଛି ।  ଅନ୍ୟପଟେ ପୁରୀ ସମୁଦ୍ର କୂଳର ସମସ୍ତ  ୧୪ ସେକ୍ଟରକୁ ରେଡ ଜୋନ ଘୋଷଣା କରାଯାଇଛି । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ପର୍ଯ୍ୟଟକଙ୍କୁ ସମୁଦକୁ ବାରଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking