29.1 C
Bhubaneswar
Monday, June 9, 2025
Homeଓଡିଶାଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଢେଙ୍କାନାଳ: କଙ୍କଡ଼ାହାଡ ବ୍ଲକର ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ତଥା ହତ୍ୟା ମାମଲାର ବିଚାର କରି ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ଅକାଂକ୍ଷିତ ମିଶ୍ର ଅଭିଯୁକ୍ତ ଶଙ୍କର୍ଷଣ ଦେହୁରୀ (୪୫) ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ସହିତ ସେ ଆଜୀବନ ପର୍ଯ୍ୟନ୍ତ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ୨୦୨୦ ନଭେମ୍ବର ୧୨ ତାରିଖ ସନ୍ଧ୍ୟାରେ ମରାମ୍ବର ହାଟରେ ଉକ୍ତ ନାବାଳିକାକୁ ଚାଟ୍ ଖୋଇବାର ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଶଙ୍କର୍ଷଣ ଦେହୁରୀ ଚାଟ୍ ଖୋଇସାରି ନିକଟସ୍ଥ ଜଙ୍ଗଲ ଆଡ଼େ ନେଇଥିଲା ।

ତା’ ପରଦିନ ସକାଳୁ ଉକ୍ତ ନାବାଳିକାର କ୍ଷତ ବିକ୍ଷତ ମୃତ ଦେହ ସେଇ ଜଙ୍ଗଲ ଭିତରେ ପଡିଥିବାର ଜଣା ପଡିଲା ପରେ ନାବାଳିକାର ବାପା କଙ୍କଡାହାଡ ଥାନା କେସ୍ ନଂ ୧୨୪/୧୩-୧୧-୨୦ ରେ ମାମଲା ରୁଜୁ କରିଥିଲେ । ଏନେଇ କଙ୍କଡାହାଡ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର କରି ବିଚାରପତି ଆକାଂକ୍ଷିତ ମିଶ୍ର ୩୨ ଜଣଙ୍କ ସାକ୍ଷ ପ୍ରମାଣ, ୨୧ଟି ଦସ୍ତାବିଜ୍‌, ଡାକ୍ତରୀ ରିପୋର୍ଟ ଅଧାରରେ ବିଚାର କରି ଅଭିଯୁକ୍ତ ଶଙ୍କର୍ଷଣକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ତରଫରୁ ପୋକ୍‌ସୋ କୋର୍ଟ ସ୍ୱତନ୍ତ୍ର ପିପି ନିରଞ୍ଜନ ସାହୁ ମାମଲା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking