22.1 C
Bhubaneswar
Wednesday, January 15, 2025
Homeଓଡିଶାନରହନ୍ତାକୁ ଆଜୀବନ କାରାଦଣ୍ଡ; ଅନ୍ୟର ଜୀବନ ନେଇଥିଲା, ନିଜ ଜୀବନ କାଟିବ କାଳ କୋଠରିରେ

ନରହନ୍ତାକୁ ଆଜୀବନ କାରାଦଣ୍ଡ; ଅନ୍ୟର ଜୀବନ ନେଇଥିଲା, ନିଜ ଜୀବନ କାଟିବ କାଳ କୋଠରିରେ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଚନ୍ଦୁ ଓରଫ ପି. ସୁବ୍ରତ ରାଓ ହତ୍ୟା ମାମଲାର ଅଭିଯୁକ୍ତ କାହ୍ନା ନାୟକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ-୨ର ବିଚାରପତି ।୧୬ ଜଣଙ୍କ ସାକ୍ଷ୍ୟ ଓ ପୋଲିସର ବଳିଷ୍ଠ ପ୍ରମାଣ ବଳରେ ଏହି ସଜ୍ଜା ଶୁଣାଇଛନ୍ତି ମାନ୍ୟବାର କୋର୍ଟ । ଅନ୍ୟପଟେ ଏହି ହତ୍ୟାକାଣ୍ଡରେ ସାମିଲ ଥିବା କାହ୍ନାର ସ୍ତ୍ରୀ ରଞ୍ଜୁ ନାୟକ ଓଡ଼ିଶା ହାଇ କୋର୍ଟଙ୍କ ନିକଟରୁ ଜାମିନ ପାଇ କୋର୍ଟରେ ହଜାର ନହେବାରୁ ତାଙ୍କ ବିରୋଧରେ ଦଣ୍ଡ ବିଧାନ ଶୁଣାଣି ସ୍ଥଗିତ ରଖାଯାଇଛି ।

ସୂଚନା ମୁତାବକ, ଗତ ବର୍ଷ ସେପ୍ଟେମ୍ବର ୦୯ ତାରିଖ ରାତି ପ୍ରାୟ ୧୦.୧୦ ସମୟରେ ଭୁବନେଶ୍ୱର ସ୍ଥିତ ନାରାୟଣ ବସ୍ତି, ୟୁନିଟ-୮ରେ ଚନ୍ଦୁ ଓରଫ ପି. ସୁବ୍ରତ ରାଓଙ୍କୁ ପୂର୍ବ ଶତ୍ରୁତାକୁ ଓ ନିଶାକାରବାରକୁ ବିରୋଧକୁ କେନ୍ଦ୍ର କରି ସେହି ବସ୍ତିର ବାସିନ୍ଦା ରଞ୍ଜୁ ନାୟକ ଓ ତାଙ୍କ ସ୍ୱାମୀ କାହ୍ନା ନାୟକ କାଠ ଫାଳିଆରେ ଚନ୍ଦୁର ମୁଣ୍ଡକୁ ପିଟି ପିଟି ଫଟେଇ ଦେଇଥିଲେ । ଚନ୍ଦୁର ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବାରୁ କାହ୍ନା ଓ ତା ସ୍ତ୍ରୀ ସେଠାରୁ ଚାଲିଯାଇଥିଲେ । ତା’ପରେ ପଡୋଶୀମାନେ ସେଠାରୁ ଚନ୍ଦୁକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ।ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ମୃତ ଚନ୍ଦୁର ଭାଇ ପି. ଶିବାନନ୍ଦ ରାଓ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ଆଧାରରେ କ୍ୟାପିଟାଲ ଥାନା ପୁଲିସ୍ ଏକ ମାମଲା ରୁଜୁ କରି, ଥାନାର ତତ୍କାଳୀନ ସବ୍‌-ଇନ୍ସପେକ୍ଟର ଶ୍ରୀ ଅରୁଣ କୁମାର ଖିଲାର (ବର୍ତ୍ତମାନ ଅନଗୁଳ ଜିଲ୍ଲା ଅନ୍ତର୍ଗତ କିଆକଟା ଥାନାର ଭାରପ୍ରାପ୍ତ ଥାନାଧିକାରୀ ଭାବେ କାର୍ଯ୍ୟରତ) ଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ଶ୍ରୀ ଖିଲାର ଏହି ହତ୍ୟା ମାମଲାର ବିଭିନ୍ନ ଦିଗକୁ ସଠିକ ଭାବେ ତଦନ୍ତ କରି ଦୁଇ ଅଭିଯୁକ୍ତ ରଞ୍ଜୁ ନାୟକ ଓ ତାଙ୍କ ସ୍ୱାମୀ କାହ୍ନା ନାୟକଙ୍କୁ ଘଟଣାର ୫ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୪ତାରିଖରେ ଗିରଫ କରିବାରେ ସଫଳ ହୋଇଥିଲେ ଓ ହତ୍ୟାକାଣ୍ଡରେ ବ୍ୟବହୃତ କାଠଫାଳଆକୁ ଜବତ କରିବାରେ ସକ୍ଷମ ହୋଇଥିଲେ ।

ତାସହ କାହ୍ନା ଘର ଭାଙ୍ଗିଥିଲା କମିଶନରେଟ ପୁଲିସ । ତଦନ୍ତ ପରେ ସେ ତା ୦୯.୦୧.୨୦୨୩ ରିଖରେ ଉଭୟ ଦୋଷୀଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ । ଏହି ଘଟଣା ସେହି ସମୟରେ ୟୁନିଟ-୮ ଅଞ୍ଚଳରେ ବେଶ ଚହଳ ସୃଷ୍ଟି କରିଥିଲା । ବର୍ଷେ ୩ ମାସ ପରେ ମୁଖ୍ୟ ଅଭିଯୁକ୍ତ କାହ୍ନା ନାୟକକୁ ମାନ୍ୟବର କୋର୍ଟ ୫୦ ହଜାର ଟଙ୍କା ଓ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅନ୍ୟପଟେ ରଞ୍ଜୁ ନାୟକ ହାଇକୋର୍ଟରୁ ବେଲରେ ଆସିବା ପରେ ଫେରାର ହୋଇଯାଇନ୍ତି ।

କୋର୍ଟଙ୍କ ଆଦେଶ ଅବମାନନା କରିଥିବାରୁ କମିଶନରେଟ୍ ପୁଲିସକୁ ରଞ୍ଜୁ ନାୟକକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ନ୍ୟାୟ ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି ଚନ୍ଦୁଙ୍କ ଭାଇ ଓ ପରିବାର ଲୋକେ । କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ରଞ୍ଜୁ ନାୟକ କୁ ଗିରଫ କରିବା କମିଶନରେଟ୍ ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking