27.1 C
Bhubaneswar
Saturday, July 27, 2024
Homeଓଡିଶାଫେରାର୍ କଏଦୀ ପୁଣି ଧରାପଡ଼ିଲା

ଫେରାର୍ କଏଦୀ ପୁଣି ଧରାପଡ଼ିଲା

ସମ୍ବଲପୁର: ସମ୍ବଲପୁର ମଣ୍ଡଳ କାରାଗାରରୁ ଚମ୍ପଟ ମାରିଥିବା କଏଦୀ ସଂଜୀବ କିଶାନକୁ ଛଅ ଦିନ ପରେ ଧନୁପାଲି ପୁଲିସ କାବୁ କରିଛି। ସଂଜୀବ ରାଜ୍ୟ ଛାଡ଼ି ଫେରାର ହୋଇଯିବା ଉଦ୍ଦେଶ୍ୟରେ ସିଟି ଷ୍ଟେସନ୍‌ ନିକଟରେ ଟ୍ରେନ୍‌କୁ ଅପେକ୍ଷା କରିଥିଲା। ବିଶ୍ବସ୍ତସୂତ୍ରରୁ ସୂଚନା ପାଇ ପୁଲିସ ଟିମ୍‌ ସିଟି ଷ୍ଟେସନ୍‌ରେ ବୁଧବାର ରାତିରେ ଚଢ଼ଉ କରି ସଂଜୀବକୁ ଗିରଫ କରିଥିବା ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସଦର ଏସ୍‌ଡିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି। ନାବାଳିକା ଦୁଷ୍କର୍ମ ଅପରାଧରେ ଜେଲ୍‌ରେ ଅଟକ ବିଚାରାଧୀନ କଏଦୀ ସଂଜୀବ ଫେରାର ହେବା ପରେ ଜେଲ୍‌ ଅଧୀକ୍ଷକ ଅନିଲ ସାହୁ ଧନୁପାଲି ଥାନାରେ ଏତଲା ଦେଇଥିଲେ। ସଂଜୀବକୁ ଧରିବା ଲାଗି ଧନୁପାଲି ଥାନାଧିକାରୀ ରଞ୍ଜନ ବିଶ୍ବାଳଙ୍କ ନେତୃତ୍ବରେ ଏସ୍‌ଆଇ ଟି.ବି. ଖଟୁଆ, ଏଏସ୍‌ଆଇ ଯୁଗଳ ସେଠ୍‌ଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠିତ ହୋଇଥିଲା। ଗୁରୁବାର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ତା’ ପାଖରୁ ପୁଲିସ ଗୋଟିଏ ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ଡାଏରି ଜବତ କରିଛି। ସୂଚନାଯୋଗ୍ୟ, ୩୦ ତାରିଖ ସନ୍ଧ୍ୟାରେ ସଂଜୀବ ଜେଲ୍‌ରୁ ଫେରାର୍‌ ହୋଇଯାଇଥିଲା। ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଦର୍ଶାଇ କାରାଗାରର ଚିଫ୍‌ ଵାର୍ଡର ପ୍ରମୋଦ ବୁଡ଼େକ ଏବଂ ଵାର୍ଡର୍‌ ସଞ୍ଜୟ ଡୁଙ୍ଗଡୁଙ୍ଗୁଙ୍କୁ ନିଲମ୍ବନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking