29.1 C
Bhubaneswar
Sunday, May 19, 2024
Homeଅପରାଧମୋବାଇଲ ଗେମ ପାଇଁ ଗଲା ଜୀବନ

ମୋବାଇଲ ଗେମ ପାଇଁ ଗଲା ଜୀବନ

ଭୁବନେଶ୍ୱର: ମୋବାଇଲ ଗେମ ପାଇଁ ଗଲା ଜୀବନ। ମାଆର ତାଗିଦରେ ରାଗିଗଲା ପୁଅ। ଆଉ ପାଇଖାନାରେ ପଶି ବେକରେ ଗାମୁଛା ଗୁଡ଼ାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ତେବେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।ଏଭଳି ଏକ ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା NAC ର 3 ନମ୍ବର ୱାର୍ଡ ରେ ଘଟିଯାଇଛି। ଘଟଣା ଅନୁସାରେ,ମାଆ ଗୀତାଞ୍ଜଳି ବେହେରା ଜଣେ ପ୍ରାଇମେରୀ ସ୍କୁଲର ଶିକ୍ଷୟିତ୍ରୀ। ତାଙ୍କ ପୁଅ ବିଷ୍ନୁ ପ୍ରକାଶ ବେହେରା (12)କୁ ଧରି କଲିଆ ଭବନରେ ରହୁ ଥିଲେ ! ଆଜି ମୋବାଇଲ ଚଳାଇବାକୁ ନେଇ ବିଷ୍ନୁଙ୍କୁ ମାଆ ତାଗୀଦ କରିଥିଲେ ! ପରେ ମାଆ ପୁଅ ଦ୍ଵିପ୍ରହର ଭୋଜନ ସାରିବା ପରେ ମାଆ ଗୀତାଞ୍ଜଳି ବାସନ ଧୂଇବା ପାଇଁ ଯାଇଥିବା ବେଳେ ବିଷ୍ନୁ ଗୋଟେ ଗାମୁଛା ପିନ୍ଧି ପାଇଖାନା ଘରେ ପଶି ଅlଉ ବାହାରି ନ ଥିଲା, ଯାହାକୁନେଇ ବ୍ୟସ୍ତ ହୋଇ ପଡ଼ିଥିଲା ମାଆର ମନ। ପରେ ଘରର ମାଲିକ କବାଟ ଭାଙ୍ଗି ଗାମୁଛାରେ ମୃତଦେହ ଝୁଲୁ ଥିବାର ଦେଖି ତଳକୁ ଆଣି ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଥିଲେ। ମାତ୍ର ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷାଣ କରିଥିଲେ l ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣlପଡିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking