22.1 C
Bhubaneswar
Friday, January 10, 2025
Homeଦେଶ ବିଦେଶପ୍ରେମିକାଙ୍କୁ ଭେଟିବାକୁ ଆସି ଗଲା ଜୀବନ

ପ୍ରେମିକାଙ୍କୁ ଭେଟିବାକୁ ଆସି ଗଲା ଜୀବନ

ଭାଗଲପୁର: ତିନି ଛୁଆଙ୍କ ମା’ଙ୍କୁ ପ୍ରେମ କରି ଭେଟିବାକୁ ଆସିଲେ, ହେଲେ ସାଥ ଦେଲାନାହିଁ ଭାଗ୍ୟ । ଆଉ ସ୍ଥାନୀୟ ଲୋକ ଚୋର ଭାବି ମାରିଦେଲେ । ବିହାରର ଭାଗଲପୁରର ସନୋଖର ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ସନୋଖରରେ ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସିଥିବା ନୀତୀଶ କୁମାର (୨୫)ଙ୍କୁ ସ୍ଥାନୀୟ ଗ୍ରାମବାସୀ ଏତେ ମାଡ଼ ମାରିଥିଲେ ଯେ ସେ ତାଙ୍କ ଜୀବନ ଚାଲିଯାଇଛି । ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ମୃତ ନୀତୀଶ ଗତ ଚାରି ବର୍ଷ ଧରି ସନୋଖରର ଜଣେ ମହିଳାଙ୍କୁ ଭଲ ପାଉଥିଲେ । ଏହି ଗ୍ରାମର ଜୟ କୁମାର ପାସୱାନଙ୍କ ପତ୍ନୀ ତଥା ତିନି ସନ୍ତାନର ମା ଗୁଡ଼ିଆଙ୍କ ସହ ନୀତୀଶ କୁମାରଙ୍କ ପ୍ରେମସମ୍ପର୍କ ଥିଲା । ଏକ ମିସକଲରୁ ଏହି ପ୍ରେମ କାହାଣୀ ଆରମ୍ଭ ହୋଇଥିବାବେଳେ ଚାରି ବର୍ଷ ଧରି ଉଭୟ ପରସ୍ପର ସହ କଥା ହେଉଥିଲେ ।

ତେବେ ମଙ୍ଗଳବାର ରାତିରେ ନୀତୀଶ ତାଙ୍କ ବନ୍ଧୁ ବାଦଲଙ୍କ ସହ ପ୍ରଥମ ଥର ପାଇଁ ତାଙ୍କ ବିବାହିତ ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ଆସିଥିଲେ । ଆଉ ରାତିରେ ଗୁଡିଆଙ୍କ ରୁମକୁ ଯାଇଥିଲେ । ତେବେ ନୀତୀଶଙ୍କୁ ପୂର୍ବରୁ ଦେଖିନଥିବାରୁ ଗୁଡ଼ିଆ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଗୁଡ଼ିଆଙ୍କ ସ୍ୱାମୀ ନିଦରୁ ଉଠିପଡ଼ିଥିଲେ ଓ ସ୍ଥାନୀୟ ଲୋକଙ୍କୁ ଡାକି ଉଭୟ ନୀତୀଶ ଓ ତାଙ୍କ ସାଙ୍ଗକୁ ଧରିଥିଲେ । ଗୁଡ଼ିଆଙ୍କ ସ୍ୱାମୀ ଓ ଗ୍ରାମବାସୀମାନେ ଉଭୟଙ୍କୁ ଚୋର ବୋଲି ଭାବି ଉଭୟଙ୍କୁ ଏକ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିଥିଲେ । ପ୍ରବଳ ମାଡ ଯୋଗୁଁ ନୀତୀଶଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ବାଦଲ ଗୁରୁତର ଆହତ ହୋଇଛନ୍ତି । ଏବାବଦରେ ପୁଲିସ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ବାଦଲକୁ ଉଦ୍ଧାର କରିଥିଲା । ପୁଲିସ ନୀତୀଶଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଭାଗଲପୁର ପଠାଇଛି । ଆଉ ଏହି ଘଟଣାରେ ପ୍ରେମିକାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking