ନୂଆଦିଲ୍ଲୀ: ଯଦି ଆପଣ ଭାରତୀୟ ଜୀବନ ବୀମା ନିଗମ ଅର୍ଥାତ ଏଲଆଇସିରୁ ପଲିସି ନେଇଛନ୍ତି ତେବେ ଆପଣ ଏହି ଖବର ପଢିବା ନିହାତି ଜରୁରୀ । ଏଲଆଇସି ନିଜ ପଲିସିଧାରକଙ୍କୁ ଦେଶର କୌଣସି ଜାହାରେ ଥିବା ନିଜର ନିକଟସ୍ଥ ଏଲଆଇସି ଅଫିସରେ ମ୍ୟାଚ୍ୟୁରିଟି କ୍ଲେମର ଦସ୍ତାବିଜ ଜମା କରିବାର ସୁବିଧା ଦେଇଛି ।
ଦେଶରେ କରୋନା କରାଣ ପାଇଁ ଲାଗିଥିବା ପ୍ରତିବନ୍ଧକ କାରଣରୁ ଏଲଆଇସି ଏହି ସୁବିଧା ଦେଇଛି । ଏଲଆଇସି ଦେଇଥିବା ମନ୍ତବ୍ୟ ଅନୁସାରେ, ଏହି ସୁବିଧା କେବଳ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଏହାଦ୍ୱାରା ପଲିସିଧାରକଙ୍କ ସମସ୍ୟା କମ୍ ହୋଇପାରିବ ।
କହିରଖୁଛୁ ଯେ, ଏଲଆଇସିର ୧୧୪ ଡିଭିଜନାଲ ଅଫିସ, ୨୦୪୮ ଶାଖା, ୧୫୨୬ ସାଟେଲାଇଟ ଅଫିସ ଓ ୭୪ କଷ୍ଟମର ଜୋନରେ ମ୍ୟାଚ୍ୟୁରିଟି ପେପର୍ସ ଜମା କରାଯାଇପାରିବ । ଏଥିପାଇଁ ସର୍ଭିସ ବ୍ରାଂଚ ବାଧ୍ୟତାମୂଳକ ନୁହେଁ ।