30.1 C
Bhubaneswar
Monday, May 20, 2024
Homeଓଡିଶାଭୁବନେଶ୍ଵରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ୧୦ଟି ପ୍ରସ୍ତାବ ଦେଲେ ଅପରାଜିତା

ଭୁବନେଶ୍ଵରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ୧୦ଟି ପ୍ରସ୍ତାବ ଦେଲେ ଅପରାଜିତା

ଭୁବନେଶ୍ୱର : ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦିଲ୍ଲୀରେ ପାଞ୍ଚଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ରାଜଧାନୀ ଭୁବନେଶ୍ଵରର ବିକାଶ ପାଇଁ ୧୦ଟି ପ୍ରସ୍ତାବ ଦେଇଛନ୍ତି । ଏହି ଅବସରରେ ସେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସମେତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଶ୍ରମ ଓ ନିଯୁକ୍ତି, ସ୍ଵାସ୍ଥ୍ୟମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ପ୍ରସ୍ତାବ ମାଧ୍ୟମରେ ଦାବି ରଖିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସିଟି କ୍ଲଷ୍ଟର ଅଧିନ ୟୁଆରଜେଆଇଟି ପ୍ରକଳ୍ପରେ ଭୁବନେଶ୍ଵରକୁ ସାମିଲ କରାଯାଉ। ଏହାଛଡା ଓଡ଼ିଶାରେ ୪୮୦ କିଲୋମିଟର ଲମ୍ବା ଉପକୂଳ ରହିଛି। ତେଣୁ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ଅଧିନରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର୍ ମେରାଇନ୍ ବାୟୋଟେକ୍ନୋଲୋଜି ନିର୍ମାଣ ଓ ଭୁବନେଶ୍ଵର ଉପକଣ୍ଠ ଅନ୍ଧାରୁଆରେ ଇଏସଆଇ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ସେହିପରି ଓଡ଼ିଶା ଇପିଇ ପେନସନ୍ ଆସୋସିଏସନ୍, ଓଡ଼ିଶା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ ଓ ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କ ବିଭିନ୍ନ ଦାବି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଅପରାଜିତା ଉପସ୍ଥାପନ କରିଛନ୍ତି। ନିରାକାରପୁର ନୂଆ ଜଗନ୍ନାଥ ସଡ଼କର ଜାତୀୟ ରାଜପଥ ସହ ସଂଯୋଗ ସ୍ଥଳରେ ଏକ ଫ୍ଲାଇଓଭର ନିର୍ମାଣ, ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଲିଙ୍ଗରାଜ ପାସେଞ୍ଜର ହଲ୍ଟ, ଖୋର୍ଦ୍ଧା ନିଜିଗଡ଼-ତାପଙ୍ଗରେ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ନିମନ୍ତେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଅପରାଜିତା ଏହି ଦାବି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking