28.1 C
Bhubaneswar
Sunday, June 23, 2024
Homeସ୍ୱାସ୍ଥ୍ୟଆସନ୍ତୁ ଜାଣିବା ଚାଉଳ ପାଣିର ଉପକାରିତା ବିଷୟରେ...

ଆସନ୍ତୁ ଜାଣିବା ଚାଉଳ ପାଣିର ଉପକାରିତା ବିଷୟରେ…

ଭୁବନେଶ୍ୱର : ଚାଉଳର ପାଣି ବା ଚାଉଳ ମଣ୍ଡ ଆମ ତ୍ୱଚା ଓ ଚୁଟି ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ଚାଉଳର ପାଣି ବା ମଣ୍ଡରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ସ ରହିଛି। ଫଳରେ ଏହି ପାଣିର ବ୍ୟବହାରରେ ତ୍ୱଚାରେ ଚମକ ଆସିଥାଏ। ଏହା ଏକ ପ୍ରକାର ଏଣ୍ଟି ଏଜିଙ୍ଗ ଭଳି କାମ କରିଥାଏ। ଚାଉଳକୁ ଅଧା ଘଣ୍ଟା କିମ୍ବା ରାତିସାରା ପାଣିରେ ଭିଜାଇ ରଖିବେ। ଭଲ ଭାବରେ ବତୁରି ଗଲାପରେ ଚାଉଳକୁ ଛାଣି ଦେବେ। ଯେମିତି ଭାତ ରନ୍ଧା ଯାଏ ସେମିତି ରାନ୍ଧିବେ। ଭାତ ସମ୍ପୂର୍ଣ ହୋଇଗଲା ପରେ ଏହାର ପେଜ ବାହାର କରିଦେବେ। ଏହି ପେଜ ବା ମଣ୍ଡରେ ଆବଶ୍ୟକ ପରିମାଣର ଭିଟାମିନ ଏବଂ ମିନେରାଲ୍ସ ରହିଛି। ଏହି ପାଣି ବା ପେଜକୁ ଆପଣ ମୁହଁ ସଫା କରିବା ପାଇଁ ବ୍ୟବହାର କରିପାରିବେ। ଏହା ଆପଣଙ୍କ ମୁହଁକୁ ତାଜା ଓ ସ୍ୱଚ୍ଛ କରିବାରେ ସାହାଯ୍ୟ କରିବ। ବୟସ ବଢିବା ସଂଗେ ସଂଗେ ଚେହେରାର ଚମକ ମଧ୍ୟ କମିଯାଇଥାଏ। ଏହି ଉପାୟ ଦ୍ୱାରା ଆପଣ ପୁରୁଣା ଚମକ ଫେରି ପାଇବେ। ଚାଉଳ ଭିଜା ପାଣି ବା ମଣ୍ଡା ବ୍ୟବହାର ଦ୍ୱାରା ମୁହଁରେ ଉଠୁଥିବା ବ୍ରଣ ମଧ୍ୟ ଦୂର ହୋଇଯାଇଥାଏ। ଏହା ସହିତ ତ୍ୱଚା କୋମଳ ମଧ୍ୟ ହୋଇଥାଏ। କଟନକୁ ଏହି ପାଣିରେ ଭିଜେଇ ମୁହଁ ଲଗେଇ ପାରିବେ କିମ୍ବା କୌଣସି ଏକ ସ୍ପ୍ରେ ବୋତଲରେ ପୁରାଇ ମୁହଁରେ ସ୍ପ୍ରେ ମଧ୍ୟ କରିପାରିବେ। ଏହାର ବ୍ୟବହାର ପରେ ଆପଣଙ୍କୁ କୌଣସି ମଇଶ୍ଚରାଇଜରର ଦରକାର ପଡିବ ନାହିଁ। ଏହି ପାଣିରେ ମୁଣ୍ଡ ସଫା କଲେ ମଧ୍ୟ ଚୁଟି ବହୁତ ଚିକ୍କଣ ହୋଇଥାଏ। ଏହାସହ ଚୁଟି ମଜବୁତ ମଧ୍ୟ ହୋଇଥାଏ। ଏହା କଣ୍ଡିସନର ଭଳି କାମ କରିଥାଏ। ସାମ୍ପୁ କରିବା ପରେ ଏହି ପାଣିରେ ଚୁଟି ଧୋଇବେ। ଚୁଟିର ମୂଳରେ ମସାଜ କରିବେ ଏବଂ ପରେ ସଫା ପାଣିରେ ଧୋଇବେ। ଏହି ପ୍ରକ୍ରିୟା ସପ୍ତାହକୁ ଥରେ କିମ୍ବା ଦୁଇଥର କରିବା ଫଳରେ ଚୁଟି ସୁନ୍ଦର ଏବଂ ମୁଲାୟମ ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking