28.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶବିମାନରେ ଯାତ୍ରୀଙ୍କୁ ମିଳିଲାନି ସିଟ୍ ; ଠିଆ ହୋଇ ଗଲେ

ବିମାନରେ ଯାତ୍ରୀଙ୍କୁ ମିଳିଲାନି ସିଟ୍ ; ଠିଆ ହୋଇ ଗଲେ

ମୁମ୍ବାଇ : ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କୁ ମିଳିଲାନି ସିଟ୍ । ଠିଆ ହୋଇ ଯାତ୍ରା କଲେ ଯାତ୍ରୀ । ମଙ୍ଗଳବାର ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଘଟିଛି ଏକ ଅଭାବନୀୟ ଘଟଣା । ବିମାନରେ ସିଟ୍ ନ ପାଇ ଠିଆ ହୋଇ ଯାତ୍ରା କରିଛନ୍ତି ଜଣେ ଯାତ୍ରୀ । ଏହି ଘଟଣାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ଘଟଣାଟି ସତ୍ୟ ଅଟେ । ସୂଚନା ଅନୁସାରେ, ଇଣ୍ଡିଗୋ ଏୟାରଲାଇନ୍ସ ର ମୁମ୍ବାଇରୁ ବାରାଣାସୀ ଅଭିମୁଖେ ଉଡାଣ ଭରିବାକୁ ଥିବା ବିମାନରେ ଜଣେ ଯାତ୍ରୀ ଠିଆ ହୋଇ ଯାତ୍ରା କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ବିମାନଟି ଉଡ଼ାଣ ଭରିବା ପରେ ଯାତ୍ରୀ ଜଣକ ଠିଆ ହୋଇଥିବାର କ୍ରୁ ସଦସ୍ୟ ଦେଖି ପାଇଲଟଙ୍କୁ ସୂଚନା ଦେଇଥିଲେ । ପରେ ଏହି ଘଟଣାର ଯାଞ୍ଚ କରାଯାଇଥିଲା । ଯାଞ୍ଚ ଅନୁସାରେ, ଜଣେ ଯାତ୍ରୀଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଥିଲା । ଆଉ ଉକ୍ତ ଯାତ୍ରୀଙ୍କୁ ଏକ ବୋର୍ଡିଂ ପାସ୍ ଦିଆଯାଇଛି । ତାଙ୍କୁ ଦିଆଯାଇଥିବା ସିଟ୍‌ ରେ ପୂର୍ବରୁ ଜଣେ ଯାତ୍ରୀଙ୍କର ଟିକେଟ୍‌ କନଫର୍ମ ହୋଇଯାଇଥିଲା । ଯାହାଫଳରେ ଷ୍ଟାଣ୍ଡବାଇ ଯାତ୍ରୀ ଜଣକ ସିଟ୍ ପାଇନଥିଲେ । ସିଟ୍ ନମିଳିବାରୁ ଯାତ୍ରୀ ଜଣକ ଛିଡ଼ା ହୋଇଥିଲେ । ଏହି ଘଟଣାଟି କ୍ରୁ ସଦସ୍ୟ ଦେଖି ବିମାନ ଉଡ଼ାଣକୁ ବିଳମ୍ବ କରି ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିଲେ ।

 

 

 

 

 

 

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking