33.1 C
Bhubaneswar
Sunday, May 12, 2024
Homeସ୍ୱାସ୍ଥ୍ୟଆସନ୍ତୁ ମେଥିର ଉପକାରିତା ବିଷୟରେ ଜାଣିବା...., କ’ଣ ରହିଛି ଲାଭ....

ଆସନ୍ତୁ ମେଥିର ଉପକାରିତା ବିଷୟରେ ଜାଣିବା…., କ’ଣ ରହିଛି ଲାଭ….

ମେଥିର ଦାନାରେ ରହିଛି ଔଷଧୀୟ ଗୁଣ । ପ୍ରତିଦିନ ରୋଷେଇରେ ଆମେ ବ୍ୟବହାର କରିଥାଉ । କଣ ଆପଣ ଜାଣନ୍ତି ଏହି ମେଥି ସ୍ୱାସ୍ଥ୍ୟ ସହ କେଶ ପାଇଁ ଖୁବ୍ ଲାଭଦାୟକ । ଏହାର ବ୍ୟବହାର ଦ୍ୱାରା ଆପଣଙ୍କ କେଶ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ । ଏଥିରେ ଆଇରନ, ପ୍ରୋଟିନ୍ ଓ ଅନ୍ୟ ଭିଟାମିନ ପର୍ଯ୍ୟାପ୍ତ ମାତ୍ରାରେ ରହିଛି । ଏହା କେଶକୁ ମଜଭୂତ କରିଥାଏ ।

ତେବେ ଜାଣନ୍ତୁ ମେଥିର କିଭଳି କରିବେ ବ୍ୟବହାର….

-ପ୍ରଥମେ ମେଥି ଦାନାକୁ ରାତିସାରା ବତୁରାଇ ରଖନ୍ତୁ । ଏହାକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ୧ ଚାମଚ ନଡିଆ ତେଲ ମିଶାଇ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ଏହାକୁ କେଶରେ ଲଗାଇ ୨୦ ରୁ ୩୦ ମିନିଟ୍ ରଖି ଧୋଇ ଦିଅନ୍ତୁ ।

-ସେହିପରି ପରଦିନ ମେଥି ଦାନାକୁ ରାତିରେ ବତୁରାଇ ରଖନ୍ତୁ । ପରେ ଭଲ ଭାବେ ପେଷି ଦିଅନ୍ତୁ । ବର୍ତ୍ତମାନ ଏଥିରେ ନଡିଆ ରସ ଓ ଲେମ୍ବୁ ରସ ମିଶାନ୍ତୁ । ଏହାକୁ କେଶ ମୂଳରେ ଲଗାଇ ୩୦ ମିନିଟ୍ ରଖି କେଶକୁ ଧୋଇ ଦିଅନ୍ତୁ ।

– ମେଥିକୁ ରାତି ସାରା ପାଣିରେ ବତୁରାଇ ସକାଳେ ପେଷି ଦିଅନ୍ତୁ । ଏବେ ଏଥିରେ ମହୁ ମିଶାନ୍ତୁ । ଏହାକୁ ଭଲ ଭାବେ ମିଶାଇ କେଶ ମୂଳରେ ଲଗାନ୍ତୁ । ଏହା ଶୁଖିଯିବା ପରେ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହକୁ ୨ ଥର ମଧ୍ୟ ବ୍ୟବହାର କରିପାରିବେ ।

-ମେଥି ଦାନାକୁ ରାତିସାରା ପାଣିରେ ବତୁରାଇ ରଖି ସକାଳେ ପେଷି ଦିଅନ୍ତୁ । ଏଥିରେ ଦହି ମିଶାନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇ ୩୦ ମିନିଟ ରଖିବା ପରେ ଧୋଇ ଦିଅନ୍ତୁ । ଏହାକୁ ମଧ୍ୟ ସପ୍ତାହକୁ ଥରେ କିମ୍ବା ୨ ଥର ବ୍ୟବହାର କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking