32.1 C
Bhubaneswar
Sunday, April 28, 2024
Homeବଲିଉଡଆସନ୍ତୁ ଜାଣିବା ଗୁଗଲ ଟପ୍ ସର୍ଚ୍ଚରେ ଅଛନ୍ତି କେଉଁ ଅଭିନେତ୍ରୀ

ଆସନ୍ତୁ ଜାଣିବା ଗୁଗଲ ଟପ୍ ସର୍ଚ୍ଚରେ ଅଛନ୍ତି କେଉଁ ଅଭିନେତ୍ରୀ

ମୁମ୍ବାଇ: ୨୦୨୩ ସରିବାକୁ ଆଉ ମାତ୍ର କିଛିଟା ଦିନ ବାକି ରହିଛି । ଚଳିତବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବେଶ୍ ସଫଳତା ମିଳିଛି । କହିବାକୁ ଗଲେ ଆଜିକାଲିର ଦୁନିଆ ପାଲଟିଛି ଗୁଗଲର ଦୁନିଆ । ଆମେ କିଛି ଅଜଣା ଜିନିଷ ଖୋଜିବାକୁ ଚାହିଁଲେ ସଙ୍ଗେସଙ୍ଗେ ଗୁଗଲର ସାହାର୍ଯ୍ୟ ନେଇଥାଉ । ଲୋକପ୍ରିୟ ବ୍ୟକ୍ତିତ୍ବଙ୍କ ଅତୀତ ସହ ବର୍ତ୍ତମାନ, ଶିକ୍ଷାଗତ ଯୋଗ୍ୟତାଠାରୁ ଆରମ୍ଭ କରି ପେସାଦାର ଓ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଆମେ ଗୁଗଲ ବ୍ୟବହାର କରିଥାଉ ।ଏହାରି ମଧ୍ୟରେ ଗୁଗଲ ରିଲିଜ୍ କରିଛି ଏହାର ୨୦୨୩ ସର୍ଚ୍ଚ ତାଲିକା । ଏଥିରେ ରହିଛି ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଅଭିନେତା , ଅଭିନେତ୍ରୀ , ଚଳଚିତ୍ର , କ୍ରିଡା ଇଭେଣ୍ଟ ଇତ୍ୟାଦି । ଏହି ତାଲିକାରେ ବହୁ ବଡ ବଡ ସେଲିବ୍ରିଟିଙ୍କୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି ଜଣେ ଭାରତୀୟ ଅଭିନେତ୍ରୀ । ଆସନ୍ତୁ ଜାଣିବା କିଏ ସେହି ଅଭିନେତ୍ରୀ ଜଣକ । ହଁ ଆଜ୍ଞା ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି କିଆରା ଆଡଭାନୀ। ତାଙ୍କର ଲୋକପ୍ରିୟତା କେବଳ ଭାରତ ନୁହେଁ , ସାରା ବିଶ୍ବରେ ରହିଛି । କିଆରାଙ୍କ ବିବାହ ଠୁ ଆରମ୍ଭ କରି ତାଙ୍କ ହିଟ୍ ଫିଲ୍ମ ‘ସତ୍ୟପ୍ରେମ କି କଥା’ ତାଙ୍କୁ ଏହି ସଫଳତା ଆଣିଦେଇଛି । ତେଣୁ ଚଳିତବର୍ଷ କିଆରାଙ୍କ ପାଇଁ ଖୁବ୍ ଲକି ହୋଇଛି । ସେହିପରି ଦ୍ବିତୀୟରେ କ୍ରିକେଟର ଶୁଭମନ ଗିଲ୍ ରହିଥିବା ବେଳେ ତୃତୀୟରେ କ୍ରିକେଟର ରାଚିନ୍ ରବିନ୍ଦ୍ର, ଚତୁର୍ଥରେ କ୍ରିକେଟର ମହମ୍ମଦ ସାମି, ପଞ୍ଚମରେ ୟୁଟ୍ୟୁବର ଏଲଭିସ୍ ଯାଦବ ଓ ଷଷ୍ଠ ସ୍ଥାନରେ ରହିଛନ୍ତି କିଆରାଙ୍କ ସ୍ବାମୀ ତଥା ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking