41.1 C
Bhubaneswar
Sunday, April 28, 2024
Homeଜୀବନଶୈଳୀଶୀତ ଦିନେ ରୂପି ସମସ୍ୟାରୁ କିପରି ପାଇବେ ମୁକ୍ତି ଆସନ୍ତୁ ଜାଣିବା...

ଶୀତ ଦିନେ ରୂପି ସମସ୍ୟାରୁ କିପରି ପାଇବେ ମୁକ୍ତି ଆସନ୍ତୁ ଜାଣିବା…

ଭୁବନେଶ୍ୱର : ନଡିଆ ତେଲ କେଶ ପାଇଁ ଖୁବ ଉପକାରୀ । ରୂପି ଦୂର ପାଇଁ ନଡିଆ ତେଲରେ ଲେମ୍ବୁ ରସ ମିଶାଇ ୧୦ ରୁ ୧୫ ମିନିଟ୍‍ କେଶରେ ଲଗାଇ ରଖି ଧୋଇ ଦିଅନ୍ତୁ । ଏହା ରୂପି ସମସ୍ୟାକୁ ଦୂର କରିଥାଏ ।
କେଶରୁ ରୂପି ସମସ୍ୟାକୁ ଦୂର ପାଇଁ ଦହି ମଧ୍ୟ ବେଶ ଉପକାରୀ । ଦହିକୁ କେଶ ମୂଳରେ ଭଲ ଭାବେ ଲଗାଇ ଦିଅନ୍ତୁ । ୨୦ ରୁ ୨୫ ମିନିଟ ଯାଏଁ କେଶରେ ଲଗାଇ ରଖି ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଦ୍ୱାରା କେଶରୁ ରୂପି ଦୂର ହୋଇଥାଏ । ଏହାସହ କେଶ ରେଶମୀ ମଧ୍ୟ ହୋଇଥାଏ ।
ଘିକୁଆଁରୀରେ ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି-ଫଙ୍ଗଲ୍‍ ଗୁଣ ରହିଛି । ଏହା କେଶରୁ ରୂପି ଦୂର କରିବାକୁ ବେଶ ସହାୟକ ହୋଇଥାଏ । ଘିକୁଆଁରୀ ରସକୁ କେଶ ମୂଳରେ ଲଗାଇ ୧୫ ରୁ ୨୦ ମିନିଟ୍‍ ଯାଏଁ ରଖନ୍ତୁ । ଏହାପରେ କେଶକୁ ଧୋଇ ଦିଅନ୍ତୁ ।
ଅଲିଭ ଅଏଲ ଓ ଦହି –

ଅଲିଭ ଅଏଲ ଓ ଦହିକୁ ମିଶାଇ ଆପଣ କେଶ ପାଇଁ ଏକ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ।

ଆବଶ୍ୟକ ସାମଗ୍ରୀ –
୧ ଚାମଚ ଅଲିଭ ଅଏଲ
୧କପ ଦହି
୧ ଚାମଚ ଲେମ୍ବୁ ରସ
୨ କପ ପାଣି

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଣି , ଲେମ୍ବୁରସ ମିଶାଇ ରଖନ୍ତୁ। ପରେ ଦହି ଓ ଅଲିଭ ଅଏଲକୁ ମିଶାଇ ଦିଅନ୍ତୁ। ଏହା ପରେ ଏହାକୁ କେଶରେ ଲଗାଇ ୪୦ ରୁ ୫୦ ମିନିଟ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ସାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking