30.1 C
Bhubaneswar
Saturday, May 4, 2024
Homeଓଡିଶାଆଜି କୋଟିଆ ଗସ୍ତ କରିବେ ସବୁ ଦଳର ବିଧାୟକ

ଆଜି କୋଟିଆ ଗସ୍ତ କରିବେ ସବୁ ଦଳର ବିଧାୟକ

ଭୁବନେଶ୍ବର : ଆଜି କୋଟିଆ ଗସ୍ତ କରିବେ ସବୁ ଦଳର ବିଧାୟକ। ବିଜେଡି, ବିଜେପି ଓ କଂଗ୍ରେସ ଦଳର ବିଧାୟକ ଓ ବୁଦ୍ଧିଜୀବୀମାନେ କୋଟିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ତେଣୁ ଆନ୍ଧ୍ରକୁ କଡା ଜବାବ ଦେବା ପାଇଁ ଯୋଜନା ହୋଇଛି। କୋଟିଆ ଓଡ଼ିଶାର ଥିଲା, ରହିବ। କୋଟିଆ ସୀମାକୁ ନେଇ ବିବାଦ ସୁପ୍ରିମକୋର୍ଟରେ ଥିବାବେଳେ ଏବେ ନାମଫଳକ ମାରିବା ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ବଢୁଛି।

ସେପଟେ ଆନ୍ଧ୍ରର ସାଲୁରମଣ୍ଡଳ ବିଧାୟକ ଆଜି କୋଟିଆ ଆସିବା ନେଇ ସୂଚନା ମିଳୁଛି। ଏପରି ସ୍ଥିତରେ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କା ରହିଛି। ଏଥିପାଇଁ ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଆନ୍ଧ୍ର ସରକାର ଦାୟୀ ରହିବେ ବୋଲି ଜିଲ୍ଲା ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀ କହିଛନ୍ତି।

ସୂଚନାଯୋଗ୍ୟ, କୋଟିଆରେ ଆନ୍ଧ୍ରର ଜିଲ୍ଲାପରିଷଦ ନିର୍ବାଚନ ସମୟରେ ମଧ୍ୟ ସବୁ ନେତା ଏକାଠି ହୋଇଥିଲେ। ଜିଲ୍ଲାର ସମସ୍ତ ବିଧାୟକ ଓ ନେତା କୋଟିଆ ସୀମାନ୍ତରେ ଧାରଣା ଦେବା ସହ ସୀମାନ୍ତକୁ ଜଗି ବସିଥିଲେ। ଏଣେ ଉତ୍କଳ ସମ୍ମିଳନୀର ଗୋଟିଏ ଟିମ୍ ଶନିବାର ନେରେଡେବାଲସା ଏବଂ ତାଲିବାଲସା ଗାଁକୁ ଗସ୍ତ କରିଥିଲା। ଉତ୍କଳ ସମ୍ମିଳନୀ ମୁଖ୍ୟ ବିନୋଦ ମହାପାତ୍ରଙ୍କ କହିବା ଅନୁଯାୟୀ କେବଳ ଫଳକ ପୋତିଦେଲେ କୋଟିଆ ଆନ୍ଧ୍ରର ହୋଇଯିବ ନାହିଁ। ଲୋକଙ୍କ ଭାବାବେଗ ସହ ଜଡ଼ିତ ମଧ୍ୟ ହେବାକୁ ପଡ଼ିଛି। ଆଉ ଓଡ଼ିଶା ସବୁବେଳେ କୋଟିଆବାସୀଙ୍କ ସହ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking