31.1 C
Bhubaneswar
Friday, March 29, 2024
Homeଓଡିଶାଗଞ୍ଜାମ ଗସ୍ତର ଆଜି ଦ୍ୱିତୀୟ ଦିନରେ ସେରଗଡ଼ ବ୍ଲକର ବିଭିନ୍ନ ବିଦ୍ୟାଳୟ ବୁଲିଲେ ୫-ଟି ସଚିବ

ଗଞ୍ଜାମ ଗସ୍ତର ଆଜି ଦ୍ୱିତୀୟ ଦିନରେ ସେରଗଡ଼ ବ୍ଲକର ବିଭିନ୍ନ ବିଦ୍ୟାଳୟ ବୁଲିଲେ ୫-ଟି ସଚିବ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଆଜି ଦ୍ୱିତୀୟ ଦିନରେ ସେରଗଡ଼ ବ୍ଲକର ବିଭିନ୍ନ ବିଦ୍ୟାଳୟ ବୁଲିଛନ୍ତି। ଲକ୍‌ଡାଉନ୍‌ ସମୟରେ କିଭଳି ସ୍ମାର୍ଟ କ୍ଲାସ ଚାଲିଛି ସେନେଇ ତଦାରଖ କରିଛନ୍ତି। ପ୍ରଥମ ଦିନରେ ହିଞ୍ଜିଳି ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରି ସମୀକ୍ଷା କରିଥିଲେ ୫-ଟି ସଚିବ। ୫୩ଟି ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୃହକୁ ସ୍ମାର୍ଟ କ୍ଲାସ୍‌ ରୁମ୍‌ରେ ପରିବର୍ତ୍ତନ କରାଯାଉଛି। ଏଣିକି ବ୍ଳାକ ବୋର୍ଡ ପରିବର୍ତ୍ତେ ଏଲଇଡି, ହ୍ଵାଇଟ ବୋର୍ଡରେ ପାଠ ପଢିବେ ଛାତ୍ରଛାତ୍ରୀ।

ଜିଲ୍ଲାପାଳ, ଶିକ୍ଷାଅଧିକାରୀ ଓ ଅନ୍ୟ ଅଧିକାରୀଙ୍କ ସହ ସ୍କୁଲ ପରିସର ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। ୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତର କାର୍ଯ୍ୟକ୍ରମରେ ସ୍ମାର୍ଟ୍‌ କ୍ଲାସ୍‌ ରୁମ୍‌ ଓ ଅନ୍ୟ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ। ଆସନ୍ତା ୨୧ରୁ ୨୮ ତାରିଖ ଭିତରେ ଶହେ ଜଣ ବିଧାୟକ ପର୍ଯ୍ୟାୟ କ୍ରମେ ଗଞ୍ଜାମ ଗସ୍ତରେ ଆସି ସ୍କୁଲ ବୁଲି ଦେଖିବେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking