ଯାଜପୁର: ରାଜ୍ୟ ତଥା ଯାଜପୁର ଜିଲ୍ଲା ରେ ଜାଲ ପ୍ରମାଣ ପତ୍ର ଦେଇ ବିଭିନ୍ନ ସ୍କୁଲ କଲେଜ ରେ ଶିକ୍ଷକ ଶିକ୍ଷୟତ୍ରୀ ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତି ପାଇ ଛନ୍ତି ସେମାନଙ୍କ ବିରୋଧ ରେ ଅଭିଯୋଗ ହେଲେ ତଦନ୍ତ କରା ଯାଉଛି l କେତେକାଂଶ ବିରୋଧ ରେ କାର୍ଯ୍ୟନୁଷ୍ଠାନ ହୋଇଛି ଅଧିକାଂଶ ଗଳା ବାଟ ଖସି ଯାଉଛନ୍ତି ଲ ଏଭଳି ଘଟଣା ଘଟିଛି ଏକ କଲେଜ ରେ ଯାଜପୁର ସୁକିନ୍ଦା ବ୍ଲକ ର ଜଣେ ସମିତି ସବ୍ୟl ଙ୍କ ସ୍ୱାମି ଅଟଳ ବିହାରୀ ବାରିକି ଜାଲିଆତି ସାର୍ଟିଫିକେଟ ଦେଇ ଢେଙ୍କାନାଳ ଜିଲ୍ଲା ବିରାଶାଳ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟ କିଛି ଦିନ କଲା ପରେ ସାର୍ଟିଫିକେଟ ଯlଞ୍ଚହୋଇଥିଲା ସେ ଯାଞ୍ଚର ରୁ ମିଳିଥିଲା ଜାଲିଆତି ସାର୍ଟିଫିକେଟ ଦେଇ ଚାକିରୀ କରିଛନ୍ତି ଅଟଳ ବିହାରୀ ବିରିକି। ସେ ଜାଲିଆତି ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ରୁ କଙ୍କଡ଼ାହାଡ଼ ଥାନାରେ ବିରାଶାଳ କଲେଜ ତରଫରୁ ଅଭିଯୋଗ ହୋଇଥିଲା। ଅଭିଯୋଗ ମୂତାବକ ଗତକାଲି ରାତିରେ କଙ୍କଡ଼ାହାଡ଼ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି।