27.1 C
Bhubaneswar
Friday, March 29, 2024
Homeବୁଦ୍ଧ ପୂର୍ଣ୍ଣିମାଜାଣନ୍ତୁ କାହିଁକି ପାଳନ କରାଯାଏ ବୁଦ୍ଧ ପୂର୍ଣ୍ଣିମା, ମହାତ୍ମା ବୁଦ୍ଧ ଦେଇଥିବା କେତୋଟି ମହାନ ଉପଦେଶ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବୁଦ୍ଧ ପୂର୍ଣ୍ଣିମା, ମହାତ୍ମା ବୁଦ୍ଧ ଦେଇଥିବା କେତୋଟି ମହାନ ଉପଦେଶ ସମ୍ପର୍କରେ

ନୂଆଦିଲ୍ଲୀ: ବୋୖଦ୍ଧ ଧର୍ମାବଲମ୍ବୀ ମାନେ ବୁଦ୍ଧ ପୁର୍ଣିମା ପାଳନ କରୁଛନ୍ତି । ମାନ୍ୟତା ରହିଛିକି ବୈଶାଖ ପୂର୍ଣ୍ଣମୀ ଦିନ ବୌଦ୍ଧ ଧର୍ମର ସଂସ୍ଥାପକ ମହାତ୍ମା ବୁଦ୍ଧଙ୍କର ଜନ୍ମ ହୋଇଥିଲା । ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ମେ ମାସରେ ପଡୁଥିବା ପୂର୍ଣ୍ଣମୀକୁ “ବୁଦ୍ଧ ପୂର୍ଣ୍ଣମୀ” ଭାବେ ପାଳନ କରାଯାଏ । ଶାସ୍ତ୍ର ମୁତାବକ ବୈଶାଖ ପୂର୍ଣ୍ଣମୀର ଅନେକ ମହତ୍ତ୍ୱ ରହିଛି । ଆଜିର ଦିନରେ ଦିନ ଗୋଟେ ୬ ମିନିଟରେ ବିଶାଖା ନକ୍ଷତ୍ର ଆରମ୍ଭ ହେବାକୁ ଯାଉଛି । ଏମିତି ବି ଧରାଯାଏ ବିଶାଖା ନକ୍ଷତ୍ର ସହିତ ଜଡିତ ହେବା କାରଣରୁ ତାଙ୍କୁ ବୈଶାଖ ପୂର୍ଣ୍ଣମୀ କୁହାଯାଏ । ସାଧାରଣତଃ ବିଶାଖାର ଅର୍ଥ ହୋଇଥାଏ ବିଭାଜିତ କିମ୍ବା ଗୋଟିଏରୁ ଅତ୍ୟଧିକ ଶାଖା ମାନଙ୍କର ଉତ୍ପନ୍ନ । ଏହି ନକ୍ଷତ୍ରର ସ୍ୱମୀ ହେଉଛନ୍ତି ଦେବଗୁରୁ ବୃହସ୍ପତି ।
କିଏ ଥିଲେ ମହାତ୍ମା ବୁଦ୍ଧ:
ଗୌତମ ବୁଦ୍ଧଙ୍କ ଜନ୍ମ ୬୨୩ ଖ୍ରୀଷ୍ଟ ପୂର୍ବରେ ହୋଇଥିଲା । ପିଲାବେଳେ ପିତାମାତା ତାଙ୍କ ନାଁ ସିଦ୍ଧାର୍ଥ ଦେଇଥିଲେ । ନେପାଳର ଲୁମ୍ବିନି ଗାଁରେ ହୋଇଥିଲା ତାଙ୍କ ଜନ୍ମ । ଜନ୍ମର ମାତ୍ର ୭ ଦିନ ପରେ ହିଁ ବୁଦ୍ଧଙ୍କ ମା ଇହଧାମ ତ୍ୟାଗ କରିଥିଲେ । ମା’ଙ୍କ ମୃତ୍ୟୁ ପରେ ତାଙ୍କ ମାଉସୀ ଗୌତମୀ ତାଙ୍କ ଲାଳନପାଳନ କରିଥିଲେ । ସେ ଗୁରୁ ବିଶ୍ଵାମିତ୍ରଙ୍କ ଠାରୁ ଉପନିଷଦ, ରାଜକାର‌୍ୟ୍ୟ ତଥା ଯୁଦ୍ଧବିଦ୍ୟା ଆଦି ଶିକ୍ଷାଗ୍ରହଣ କରିଥିଲେ । ସମାଜରେ ତଥା ନିଜ ଭିତରେ ପରିବର୍ତ୍ତନ ଆଣିବା ପାଇଁ କିଛି ଖାସ ଉପଦେଶ ଦେଇଛନ୍ତି ମହାତ୍ମା ବୁଦ୍ଧ

କ୍ରୋଧ ନକରନ୍ତୁ :
ଭଗବାନ ବୁଦ୍ଧଙ୍କ କହିବା ଅନୁଯାୟୀ କୌଣସି ବି ବ୍ୟକ୍ତି କେବେ ବି କ୍ରୋଧ କରିବା ଉଚିତ ନୁହେଁ । କାରଣ କ୍ରୋଧର ସିନା କିଛି ଦଣ୍ଡ ମିଳେନାହିଁ କିନ୍ତୁ କ୍ରୋଧରୁ ଦଣ୍ଡ ନିଶ୍ଚିତ ମିଳିଥାଏ ।
ଧୋକା ଦେଉଥିବା ସ୍ଥାନରୁ ଦୁରେଇ ରୁହନ୍ତୁ:
ଗୌତମ ବୁଦ୍ଧଙ୍କ ଅନୁଯାୟୀ ହିଂସ୍ର ପଶୁ ଠାରୁ ବି ଅଧିକ ଭୟଙ୍କର ଧୋକା ଦେଉଥିବା ମିତ୍ର ହୋଇଥାନ୍ତି । ଯିଏ କି ଆପଣଙ୍କ ବିବେକ ଓ ବୁଦ୍ଧିକୁ କ୍ଷତି ପହଞ୍ଚାଇଥାନ୍ତି । ବ୍ୟକ୍ତି ସବୁବେଳେ ଏମିତି ସାଙ୍ଗ ଠାରୁ ଦୁରେଇ ରହିବା ଉଚିତ ।
କାହାକୁ ସନ୍ଦେହ କରନ୍ତୁ ନାହିଁ:
ବୁଦ୍ଧ କହୁଥିଲେ କେବେ ବି କାହା ଉପରେ ସନ୍ଦେହ କରନ୍ତୁ ନାହିଁ । ଏମିତି କରିବା ଫଳରେ ଆପଣଙ୍କ ସମ୍ପର୍କ ଭାଙ୍ଗିଯାଇଥାଏ । ସେ ଆପଣଙ୍କ ମିତ୍ର ହୁଅନ୍ତୁ ନା କାହିଁକି । ମନରେ ସନ୍ଦେହ ରହିଲେ ସମ୍ପର୍କ ଭାଙ୍ଗି ଯାଇଥାଏ ।
ମୋହମାୟା ଠାରୁ ଦୁରେଇ ରୁହନ୍ତୁ;
ବୁଦ୍ଧ କହନ୍ତିକି ବ୍ୟକ୍ତିକୁ ମୋହମାୟା ବନ୍ଧନ ଆଦି ଠାରୁ ଦୁରେଇ ରହିବା ଉଚିତ । ଯେଉଁ ମାନେ ଯେତେ ପ୍ରେମରେ ବାନ୍ଧି ହୋଇଥାନ୍ତି । ସେମାନେ ସେତିକି ଦୁଖୀ ହୋଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking