40.1 C
Bhubaneswar
Thursday, April 25, 2024
Homeବୁଦ୍ଧ ପୂର୍ଣ୍ଣିମାବୁଦ୍ଧ ପୂର୍ଣ୍ଣିମା , ଜାଣନ୍ତୁ କେଉଁଠି କିପରି ହୁଏ ପାଳନ

ବୁଦ୍ଧ ପୂର୍ଣ୍ଣିମା , ଜାଣନ୍ତୁ କେଉଁଠି କିପରି ହୁଏ ପାଳନ

ନୂଆଦିଲ୍ଲୀ: ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଭଗବାନ ଗୌତମ ବୁଦ୍ଧ । ବୌଦ୍ଧଧର୍ମର ପ୍ରତିଷ୍ଠାତା କହିଲେ ସମଗ୍ର ଏସିଆ ମହାଦେଶ ଏବଂ ଭାରତ ବର୍ଷ ଗୌତମ ବୁଦ୍ଧଙ୍କୁ ବୁଝନ୍ତି । ଖ୍ରୀଷ୍ଟ ପୂର୍ବ ଷଷ୍ଠ ଶତାବ୍ଦୀରେ ନେପାଳର କପିଳାବାସ୍ତୁ ନିକଟ ଲୁମ୍ବିନୀ ଉଦ୍ୟାନରେ ଗୌତମ ବୁଦ୍ଧ ଜନ୍ମ ଗ୍ରହଣ କରିଥିଲେ । ଗୌତମ ବୁଦ୍ଧଙ୍କ ପିତାଙ୍କ ଶୁଦ୍ଧଧନ ଶାକ୍ୟ କ୍ଷତ୍ରିୟ ବଂଶର ମୁଖ୍ୟ କପିଳାବାସ୍ତୁର ଶାସକ ଥିଲେ। ବୁଦ୍ଧଦେବଙ୍କ ମାତାଙ୍କ ମାୟାଦେବୀ ଥିଲା ।

ଗୌତମ ବୁଦ୍ଧ ଯେତେବେଳେ ମାତ୍ର ୭ ବର୍ଷର ହୋଇଥିଲେ ମାତା ମାୟାଦେବୀଙ୍କର ଅକାଳ ମୄତ୍ୟୁ ଘଟିଥିଲା । ମାତାଙ୍କର ମୃତ୍ୟୁ ପରେ ତାଙ୍କ ବିମାତା ମହାପ୍ରଜାପତୀ ଗୌତମୀ ଶିଶୁପୁତ୍ରକୁ ଲାଳନ ପାଳନ କରିଥିଲେ। ସମୟର କ୍ରମେ ଗୌତମ ବୁଦ୍ଧ ସିଦ୍ଧାର୍ଥରୁ ଗୌତମ ରୂପରେ ପରିଚିତ ହୋଇଥିଲେ । ମାତ୍ର ୧୬ ବର୍ଷ ବୟସରେ ଶାକ୍ୟବଂଶୀୟ ଦଣ୍ଡପାଣିଙ୍କ କନ୍ୟା ଯଶୋଧାରାଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ଏହାପରେ ବୁଦ୍ଧଦେବଙ୍କର ରାହୁଳ ନାମରେ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା କେଉଁଠି କିପରି ହୁଏ ପାଳନ ବୁଦ୍ଧଙ୍କ ସତ୍ୟ, ଅହିଂସା ଓ କରୁଣା ବାର୍ତ୍ତାକୁ ନେଇ ତାଙ୍କର ଅନେକ ଅନୁଗାମୀ ମଧ୍ୟ ରହିଛନ୍ତି । ବୌଦ୍ଧ ଧର୍ମାବଲମ୍ବୀ ମାନେ ଆଜିର ଦିନରେ ପୂଜାର୍ଚ୍ଚନା, ପ୍ରାର୍ଥନା ଏବଂ ଉପାସନା କରିଥାନ୍ତି । ଏହି ଦିନରେ ଭବବାନ ବିଷ୍ନୁ ଏବଂ ମାତା ଲକ୍ଷ୍ମୀଙ୍କର ମଧ୍ୟ ଏକ ସ୍ବତନ୍ତ୍ର ପୂଜା କରାଯାଏ। ଯେଉଁମାନେ ଗଙ୍ଗା ସ୍ନାନ କରି ପାରନ୍ତି ନାହିଁ । ସେମାନେ ନିଜ ଘରେ ଗଙ୍ଗାଜଳରେ ସ୍ନାନ କରିଥାନ୍ତି । ଏହାପରେ ସଫା ବସ୍ତ୍ର ପରିଧାନ କରି ସୂର‌୍ୟ୍ୟଦେବଙ୍କ ପୂଜା କରିବା ସହ ବୋହିଯାଉଥିବା ପାଣିରେ ଚନ୍ଦନ ଦେଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking