25.8 C
Bhubaneswar
Saturday, July 27, 2024
Homeବୁଦ୍ଧ ପୂର୍ଣ୍ଣିମାବୁଦ୍ଧ ପୂର୍ଣ୍ଣିମା ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି ଭୁଲ, ମାଡ଼ି ଆସିବ...

ବୁଦ୍ଧ ପୂର୍ଣ୍ଣିମା ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି ଭୁଲ, ମାଡ଼ି ଆସିବ ବଡ଼ ବିପତ୍ତି

ନୂଆଦିଲ୍ଲୀ: ବୈଶାଖ ମାସ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା କୁହାଯାଇଥାଏ। ଚଳିତ ବର୍ଷ ବୁଦ୍ଧ ପୂର୍ଣ୍ଣିମା ମଇ ଶୁକ୍ରବାର ଦିନ ପାଳନ ହେବ। ବୁଦ୍ଧ ପୂର୍ଣ୍ଣିମା ଦିନ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଚନ୍ଦ୍ର ଗ୍ରହଣ ରାତି ପ୍ରାୟ .୪୫ ମିନିଟରୁ ଆରମ୍ଭ ହୋଇ ରାତି ପ୍ରାୟ .୦୨  ଗ୍ରହଣ ପ୍ରକ୍ରିୟା ଜାରି ରହିବ। ଚନ୍ଦ୍ର ଗ୍ରହଣର ଅବଧି ସମୟ ମୋଟ   ଘଣ୍ଟା ୧୫ ମିନିଟ ପର୍ଯ୍ୟନ୍ତ ଜାରି ରହିବ। ଏଭଳି ସ୍ଥିତିରେ ବୁଦ୍ଧ ପୂର୍ଣ୍ଣିମା  ପାଳନ ସମୟରେ କିଛି ଏପରି ଭୁଲ ଯାହା ଆପଣଙ୍କ ଜୀବନରେ ଝଡ଼ ସୃଷ୍ଟି କରିପାରେ। ତେବେ ଏହି ସବୁ ଭୁଲକୁ ଭୁଲରେ ବି କରନ୍ତୁ ନାହିଁ। 

ବୁଦ୍ଧ ପୂର୍ଣ୍ଣିମା ଦିନ ତାମସିକ ଭୋଜନ, ଆମିଷ ଭୋଜନ, ମଦ ଆଦି ସେବନ କରନ୍ତୁ ନାହିଁ। ଏହାକୁ ସବୁ ସେବନ କରିବା ଦ୍ୱାରା ମାନସିକ ସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପକାଇବାର ସମ୍ଭାବନା ବହୁତ ରହିଥାଏ। ସେହିପରି ପୂର୍ଣ୍ଣିମା ଦିନ ତୁଳସୀ ପତ୍ରକୁ ଛିଣ୍ଡାଇବା ଉଚିତ ନୁହେଁ। ତୁଳସୀ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ହୋଇଥାଏ। ଏଥିପାଇଁ ପୂର୍ଣ୍ଣିମାରେ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ। ପୂର୍ଣ୍ଣିମା ଦିନ ରାତିରେ ଦହି ଖାଇବା ମଧ୍ୟ ବାରଣ କରାଯାଇଛି। ରାତିରେ ଦହି ଖାଇବା ଦ୍ୱାରା ଚନ୍ଦ୍ର ଦୋଷ ଲାଗିଥାଏ। ଏହା ଫଳରେ ଜୀବନରେ ପ୍ରଚୁରମାତ୍ରାରେ ଧନହାନୀ ଘଟିଥାଏ। ଏହା ସହିତ ଜୀବନରେ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ପୂର୍ଣ୍ଣିମା ରାତିରେ ଚନ୍ଦ୍ର ପୂର୍ଣ୍ଣ କଳା ସମ୍ପନ୍ନ ହେବା ପରେ ଆଲୋକିତ ହୋଇଥାଏ। ଏଥିପାଇଁ ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ ଯେଉଁଥିପାଇଁ ଜୀବନରେ ଅନେକ ସମସ୍ୟା ମାଡ଼ି ଆସିବ। ଆସନ୍ତା ବୁଦ୍ଧ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଲାଗିବ। ଏହି ଦିନ ଗର୍ଭବତୀମାନେ, ରୋଗାଗ୍ରସ୍ତ, ବୃଦ୍ଧମାନେ ସାବଧାନତାର ସହିତ ରହିବା ଉଚିତ। 

ସୂଚନାଯୋଗ୍ୟ ବୈଶାଖ ପୂର୍ଣ୍ଣିମା ଉପରେ ଧର୍ମରାଜ ପୂଜା କରିବାର ଏକ ବିଶେଷ ପଦ୍ଧତି ଅଛି ବିଶ୍ୱାସ ଅନୁଯାୟୀ, ଏହି ପଦ୍ଧତିକୁ ପାଳନ କରି ଅକାଳ ମୃତ୍ୟୁର ଶେଷ ହୋଇଥାଏ। ଚଳିତ ବର୍ଷ ବୁଦ୍ଧ ପୂର୍ଣ୍ଣିମା ପର୍ବ ମଇରେ ପାଳନ କରାଯିବ। ଆସନ୍ତୁ ଜାଣିବା ଏହି ଦିନର ଶୁଭ ସମୟ ଏବଂ ବିଶେଷ ଲାଭ। ବୈଶାଖ ପୂର୍ଣ୍ଣିମା ତିଥି ମଇ ୨୦୨୩ରେ ସକାଳ ୧୧.୪୪ରେ ଆରମ୍ଭ ହେବ। ପୂର୍ଣ୍ଣିମା ମଇ ୨୦୨୩ରେ ରାତି ୧୧.୦୩ରେ ଶେଷ ହେବ। ଏଥର ଭଗବାନ ଗୌତମ ବୁଦ୍ଧଙ୍କ ୨୫୮୫ତମ ଜନ୍ମ ବାର୍ଷିକୀ ପାଳନ କରାଯିବ। ଏହି ଦିନ ପୂଜାପାଠର ଶୁଭ ସମୟ ତଳେ ଦିଆଗଲା। 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking