27.5 C
Bhubaneswar
Tuesday, July 14, 2026
Homeଦେଶ ବିଦେଶପୁଲିସ ଜାଲରେ ଫସିଲା ଲରେନ୍ସ ବିଷ୍ଣୋଇର ଭାଇ

ପୁଲିସ ଜାଲରେ ଫସିଲା ଲରେନ୍ସ ବିଷ୍ଣୋଇର ଭାଇ

ନୂଆଦିଲ୍ଲୀ :ଆମେରିକାରେ ଫଶିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ। ଏନ୍‌ସିପି ନେତା ବାବା ସିଦ୍ଦିକି, ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଏଭଳି ଅନେକ ପ୍ରସଙ୍ଗରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଆମେରିକାରେ ଗିରଫ କରାଯାଇଛି। ସୂତ୍ର ଅନୁସାରେ ଅନମୋଲ ବିଷ୍ଣୋଇଙ୍କୁ କାଲିଫର୍ଣ୍ଣିଆରୁ ଇମିଗ୍ରେସନ ବିଭାଗ ଦ୍ୱାରା ଗିରଫ କରିଛି। ତେବେ ଅନୋମଲଙ୍କ ଗିରଫ ପଛରେ ମୁମ୍ବାଇ ପୁଲିସର ବଡ଼ ଭୂମିକା ରହିଛି। ଅଧିକାରୀମାନେ ଅନମୋଲଙ୍କ ଲୋକେସନ ଟ୍ରାକ୍ କରିଥିଲେ। ଏହା ପରେ ମୁମ୍ବାଇ ପୁଲିସ ସେହି ସ୍ଥାନ ଉପରେ ନଜର ରଖିବାକୁ ଆମେରିକୀୟ ପ୍ରଶାସନକୁ ନିବେଦନ କରିଥିଲା। ଏକ ସପ୍ତାହ ଧରି ମନିଟରିଂ କରିବା ପରେ ସେ ହି ଅନମୋଲ ବିଷ୍ଣୋଇ ବୋଲି ସ୍ପଷ୍ଟ ହୋଇଥିଲା। ଏହା ପରେ କାଲିଫର୍ଣ୍ଣିଆରୁ ଅନମୋଲଙ୍କୁ ଗିରଫ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking