41.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଲରେନ୍ସ ବିଷ୍ଣୋଇଙ୍କୁ ଶେଷ କରିଦିଆଯିବ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ଲରେନ୍ସ ବିଷ୍ଣୋଇଙ୍କୁ ଶେଷ କରିଦିଆଯିବ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲ୍‌ମାନ୍ ଖାନ୍‌ଙ୍କ ଘର ବାହାରେ ଗତ ୧୪ ତାରିଖ ଦିନ ଭୋର ସମୟରେ ଫାଙ୍କା ଗୁଳିଚାଳନା ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଆଜି ଗୁଜରାଟରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗୁଜରାଟର ଭୁଜ୍ ଠାରେ ଏମାନେ ଲୁଚି ରହିଥିବା ଗୁପ୍ତ ସୂଚନା ପାଇବା ପରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ ପୁଲିସ୍ ପକ୍ଷରୁ ଚଢ଼ଉ କରାଯାଇଥିଲା ଏବଂ ଏମାନଙ୍କୁ ଗିରଫ କରାଯାଇଥିବା ମୁମ୍ବାଇ ପୁଲିସ୍ ଦର୍ଶାଇଛି । ମୁମ୍ବାଇ ପୁଲିସ୍ ଆଜି ଏସମ୍ପର୍କରେ ସୂଚନା ଦେଇ କହିଛି ଯେ, ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ୨୪ ବର୍ଷୀୟ ଭିକି ସାହେବ ଗୁପ୍ତା ଓ ୨୧ ବର୍ଷୀୟ ସାଗର ପାଲ୍ । ଏମାନେ ବିହାରର ପଶ୍ଚିମ ଚମ୍ପରନ ଜିଲ୍ଲାସ୍ଥିତ ମାସିହିର ଅଞ୍ଚଳର ସ୍ଥାୟୀ ବାସିନ୍ଦା । ଗୁଜରାଟରୁ ଗିରଫ କରାଯିବା ପରେ ଏମାନଙ୍କୁ ମୁମ୍ବାଇ ଅଣାଯାଇଥିବା କୁହାଯାଇଛି । ମୁମ୍ବାଇ ପୁଲିସ୍ ଅନୁସାରେ ଏମାନଙ୍କ ବିରୋଧରେ ବହୁ ପୂର୍ବରୁ ଏକାଧିକ ପୁୂଲିସ୍ ଷ୍ଟେସନ୍‌ରେ
ଗତ ରବିବାର ଭୋର ପ୍ରାୟ ୫ଟା ସମୟରେ ମୁମ୍ବାଇ ସ୍ଥିତ ସଲମାନ ଖାନଙ୍କ ଘର ଗାଲାକ୍ସି’ ବାହାରେ ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା । ପରେ ଏଠାରେ ଫାଙ୍କା ଗୁଳିଚାଳନା କରାଯାଇଥିବା ଜଣାପଡିଥିଲା । ସେହିପରି ସିସିଟିଭି ଫୁଟେଜ୍ ଅନୁସାରେ ୨ଜଣ ଦୁବୃତ୍ତ ଏକ ବାଇକ୍‌ରେ ଆସି ସଲମାନ୍‌ଙ୍କ ଘର ଆଡକୁ ପ୍ରାୟ ୫ରାଉଣ୍ଡ ଗୁଳି ଫୁଟାଇବା ଏବଂ ପରେ ସେଠାରୁ ଫେରାର ହେଇଯାଇଥିବାର ଦେଖିବାକୁ ମିଳିଥିଲା । ପରେ ଏହାକୁ ନେଇ ମୁମ୍ବାଇ ପୁଲିସ୍ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିଥିଲା ଏବଂ ମାମଲା ରୁଜୁ ପୂର୍ବକ ତଦନ୍ତ ଆରମ୍ଭ କରିଥିଲା । ତେବେ ଏସବୁ ମଧ୍ୟରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ୍‌ର ହାତ ଥିବା ଅନୁମାନ କରାଯାଉଥିବା ବେଳେ ଲରେନ୍ସର ଭାଇ ଅନମୋଲ୍ ବିଷ୍ଣୋଇ ନିଜେ ନିଜ ଆଡୁ ଏହି ଘଟଣା ପାଇଁ ଦାୟୀ ବୋଲି ସ୍ପଷ୍ଟ କରିଥିଲା । ଆମେରିକାରେ ବସି ସେ ଏହି ଘଟଣା ଭିଆଇଥିବା ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଥିଲା । ତେବେ ଏସବୁ କେବଳ ଏକ ଟ୍ରେଲର ଥିଲା, ଆଗକୁ ଫିଲ୍ମ ଦେଖିବାକୁ ମିଳିବ ବୋଲି ସେ ଚେତାବନୀ ମଧ୍ୟ ଦେଇଥିଲା । ପ୍ରକାଶ, ମୁମ୍ବାଇ ପୁଲିସ୍ ଗତକାଲି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସାର୍ପସୁଟର ବିଶାଲ ଓରଫ କାଲୁକୁ ଗିରଫ କରିଥିଲା । ଅନମୋଲ ବିଷ୍ଣୋଇ ଏହି ଘଟଣା ପାଇଁ ଆମେରିକାରେ ବାସ କରୁଥିବା ଅନ୍ୟ ଜଣେ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରାକୁ ଦାୟିତ୍ୱ ଦେଇଥିବା ଏବଂ ତା’ ନିର୍ଦ୍ଦେଶ ଅନୁସାରେ ସଲମାନ୍‌ଙ୍କ ଘର ବାହାରେ ଫାଙ୍କା ଗୁଳିକାଣ୍ଡ କରିବାକୁ ବିଶାଲ ଓ ଅନ୍ୟ ଜଣେ ସାର୍ପସୁଟରକୁ ନିୟୋଜିତ କରାଯାଇଥିଲା ବୋଲି ମୁୂମ୍ବାଇ ପୁଲିସ୍ ତଦନ୍ତ ସମୟରେ ଜାଣିବାକୁ ପାଇଛି । ଅନ୍ୟପକ୍ଷେ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିଜେ ସଲମାନ୍‌ଙ୍କ ଘରକୁ ଆସିଥିଲେ ଏବଂ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀ ଶିନ୍ଦେ, ସଲମାନ୍ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଲରେନ୍ସ ବିଷ୍ଣୋଇକୁ ଶେଷ କରିଦିଆଯିବ ବୋଲି ଆଶ୍ୱସ୍ତ କରିଥିବା ଜଣାପଡିଛି । ତେବେ ସଲ୍‌ମାନଙ୍କ ବାପା ସଲିମ ଖାନ୍‌ଙ୍କ କହିବାନୁସାରେ ଚର୍ଚ୍ଚାରେ ରହିବା ପାଇଁ କେହି ଏପରି କରିଥିବା ସେ ଅନୁମାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking