ଟୋକିଓ : ନିରାଶ କଲେ ଭାରତୀୟ ଆଥଲେଟ୍ ଦୂତି ଚାନ୍ଦ । ୧୦୦ ମିଟର ରେସର ପ୍ରଥମ ରାଉଣ୍ଡରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି । ୧୧.୫୪ ସେକେଣ୍ଡରେ ସେ ୧୦୦ ମିଟର ଅତିକ୍ରମ କରିଛନ୍ତି ଏବଂ ରେସରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି । ତେବେ ଆଗକୁ ୨୦୦ ମିଟର ରେସରେ ମଧ୍ୟ ଦୂତି ଭାଗ ନେବାକୁ ଥିବା ବେଳେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଅପରପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ପଦକ ପକ୍କା କରିଛନ୍ତି ମହିଳା ବକ୍ସର ଲଭଲିନା । ୬୯ କିଲୋ ବର୍ଗରେ ଲଭଲିନାଙ୍କ ଦମଦାର ବିଜୟ ହାସଲ କରିଛନ୍ତି । ଆର୍ଚେରୀରେ ଦୀପିକା କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ଭାରତ ପାଇଁ ଆସିଛି ଆଉ ଏକ ଖୁସି ଖବର । ବକ୍ସିଂ କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇଛନ୍ତି ଲଭଲିନା ବୋର୍ଗୋହେଁ । ଚାଇନାର ତାଇପେଇର ନନ-ତିନ-ଚେନଙ୍କୁ ୪-୧ରେ ହରାଇ ସେମି ଫାଇନାଲରେ ପହଞ୍ଚିଛନ୍ତି ଲଭଲିନା । ୬୯ ବର୍ଗରେ ବିଜୟୀ ହୋଇଛନ୍ତି ଲଭଲିନା ବୋର୍ଗାହେଁ । ବିଜୟ ପରେ ଅଲିମ୍ପିକରେ ଭାରତ ପେଇଁ ଆଉ ଏକ ପଦକ ମିଳିବା ସୁନିଶ୍ଚିତ ହୋଇଛି ।