26.1 C
Bhubaneswar
Monday, June 9, 2025
Homeଖେଳଲୋରା ଓଲଭାର୍ଟ ସାଉଥ୍ ଆଫ୍ରିକା ମହିଳା ଦଳର ଅଲ୍ ଫର୍ମାଟ୍ କ୍ୟାପ୍‌ଟେନ୍‌

ଲୋରା ଓଲଭାର୍ଟ ସାଉଥ୍ ଆଫ୍ରିକା ମହିଳା ଦଳର ଅଲ୍ ଫର୍ମାଟ୍ କ୍ୟାପ୍‌ଟେନ୍‌

ଜୋହାନ୍ସବର୍ଗ : ଲୋରା ଓଲଭାର୍ଟଙ୍କୁ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳର ଅଲ ଫର୍ମାଟ୍ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଏହା ସହ କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସଏ) ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି । ନିକଟରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ମଧ୍ୟବର୍ତ୍ତୀକାଳୀନ ଅଧିନାୟକ ଭାବେ ସଫଳ କାର୍ଯ୍ୟ କରିବା ପରେ ୨୪ ବର୍ଷୀୟ ୱାଲଭାର୍ଟ୍ ପୂର୍ଣ୍ଣକାଳୀନ ଅଧିନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉଭୟ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ୨-୧ରେ ବିଜୟୀ ହୋଇଥିଲା । ସେ ଦେଶ ପାଇଁ ୮୬ଟି ଦିନିକିଆ ଓ ୫୯ଟି ଟି-୨୦ ମ୍ୟାଚ୍ ଖେଳି ୫୦ ଓଭର କ୍ରିକେଟରେ ୩୦ଟି ଅର୍ଦ୍ଧଶତକ ଓ ୪ଟି ଶତକ ସହ ୩୪୨୧ ରନ୍ ଏବଂ ଛୋଟ ଫର୍ମାଟରେ ନଅଟି ଅର୍ଦ୍ଧଶତକ ସହ ୩୨.୮୨ ହାରରେ ୧୩୧୩ ରନ୍ କରିଛନ୍ତି । ଗତବର୍ଷ ଇଂଲଣ୍ଡ ଗସ୍ତରେ ଓଲଭାର୍ଟ ଟେଷ୍ଟ୍ ପଦାର୍ପଣ କରିଥିଲେ । ଚୟନକର୍ତ୍ତାଙ୍କ ସଂୟୋଜକ କ୍ଲିଣ୍ଟନ୍ ଡୁ ପ୍ରିଜ୍ କହିଛନ୍ତି, “ଅଫିସିଆଲ୍ କ୍ୟାପଟେନ୍ ଭାବେ ଲରା ୱାଲଭାର୍ଟ ଏବଂ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣ ଆମ ଉତ୍ତରାଧିକାରୀ ଯୋଜନା ପାଇଁ ଶୁଭଙ୍କର । ଏହା ମଧ୍ୟ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଦଳରେ ଥିବା ଉତ୍ସାହ ଭିତରେ ସହାୟତା କରିବ ଏବଂ ତେଣୁ ସେମାନେ ଏହି ଆଗାମୀ ଗସ୍ତରେ ପ୍ରଭାବୀ ପ୍ରଦର୍ଶନ କରିବେ ବୋଲି ଆମେ ଆଶା କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking