27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବିଶ୍ୱର ସର୍ବବୃହତ୍ ଶସ୍ୟ ଭଣ୍ଡାର ଯୋଜନାର ଶୁଭାରମ୍ଭ

ବିଶ୍ୱର ସର୍ବବୃହତ୍ ଶସ୍ୟ ଭଣ୍ଡାର ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବିଶ୍ୱର ସର୍ବବୃହତ୍ ଶସ୍ୟ ଭଣ୍ଡାର ଯୋଜନାର ଶୁଭାରମ୍ଭ କରିଛନ୍ତି । ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପମ୍‌ରେ ଏହି ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମବାୟ କ୍ଷେତ୍ରରେ ଏହି ଯୋଜନାକୁ ଏକ ପାଇଲଟ୍ ପ୍ରକଳ୍ପ ଭାବେ ଅଭିହିତ କରାଯାଉଛି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗସିପ୍ ଯୋଜନା ଅନ୍ତର୍ଗତ ୧୧ ଟି ରାଜ୍ୟରେ ୧୧ଟି ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ) ଦ୍ୱାରା ଏହି ଶସ୍ୟ ଭଣ୍ଡାର ନିୟନ୍ତ୍ରିତ ଓ ପରିଚାଳିତ ହେବ । ୧୮ହଜାର ପ୍ୟାକ୍ସର କମ୍ପ୍ୟୁଟରୀକରଣଯୁକ୍ତ ଏହି ଶସ୍ୟ ଭଣ୍ଡାରଗୁଡ଼ିକୁ ନିର୍ମାଣ କରାଯାଇଥିବା ବେଳେ ଏଥିରେ ହାଇ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଏହାସହ ଖାଦ୍ୟ ସଂରକ୍ଷଣ ଯୋଜନା ଅଧୀନରେ ଆସୁଥିବା ସମବାୟ କ୍ଷେତ୍ରର ଅତିରିକ୍ତ ୫୦୦ ପ୍ୟାକ୍ସରେ ନିର୍ମାଣ ହେବାକୁ ଥିବା ଶସ୍ୟ ସଂରକ୍ଷଣ ଗୋଦାମର ମଧ୍ୟ ମୋଦୀ ଶିଳାନ୍ୟାସ କରିଛନ୍ତି ।

ମୋଦୀ ନିଜ ଅଭିଭାଷଣରେ କହିଛନ୍ତି, ବିକଶିତ ଭାରତ’ର ଅମୃତ ଯାତ୍ରାରେ ଆଜି ଭାରତ ମଣ୍ଡପମ୍ ଆଉ ଏକ ପ୍ରମୁଖ ସଫଳତାର ସାକ୍ଷୀ ହୋଇଛି । ଏହି ଯୋଜନାରେ ଚାଷୀଙ୍କୁ ଋଣ ପ୍ରଦାନ, ଶସ୍ୟ ସଂରକ୍ଷଣ, ଶସ୍ୟ କ୍ରୟ ଏବଂ ପିଡିଏସ୍ ପ୍ରଭୃତି ସୁବିଧା ମିଳିପାରିବ । ଏହି ଯୋଜନା ଦେଶର କୃଷି ଭିତ୍ତିଭୂମିକୁ ଏକ ନୂଆ ଦିଗ ପ୍ରଦାନ କରିବା ସହ କୃଷିକୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡିବାରେ ସଫଳ ହେବ । ଲୋକସଭା ନିର୍ବାଚନ ପୂର୍ବରୁ ଏପ୍ରକାର ଏକ ବୃହତ୍ ଶସ୍ୟ ଭଣ୍ଡାରର ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ ଦେଶର କୋଟି କୋଟି ଚାଷୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ସେମାନଙ୍କ ଫସଲ ସଂରକ୍ଷିତ ଓ ସୁରକ୍ଷିତ ରହିବା ସହ ସେମାନଙ୍କ ଉତ୍ପାଦିତ ଶସ୍ୟର ଉପଯୁକ୍ତ ମୂଲ୍ୟ ମିଳିପାରିବ ବୋଲି କୃଷକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି । ଆଜିର ଏହି ଉଦ୍‌ଘାଟନୀ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା, ପୀୟୁଷ୍ ଗୋଏଲ ଏବଂ ଅର୍ଜୁନ ମୁଣ୍ଡା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking