29.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶହସ କମାଏ ହୃଦରୋଗ! ଜାଣନ୍ତୁ କେମିତି?

ହସ କମାଏ ହୃଦରୋଗ! ଜାଣନ୍ତୁ କେମିତି?

ନୂଆଦିଲ୍ଲୀ: ଚାପଗ୍ରସ୍ତ ମଣିଷ ପାଖରେ ରହିଛି ହସର ଅଭାବ । ଆଉ ଏଥିପାଇଁ ମଣିଷ ଅନେକ ରୋଗର ଶିକାର ହେଉଛି ବୋଲି ବିଶେଷଜ୍ଞ କହିଛନ୍ତି । ଆଜି ହସ ଦିବସରେ ସାରା ଦେଶରେ ହସକୁୁ ନେଇ ସଚେତନ କରୁଛନ୍ତି ଅନେକ ଲୋକ । ବ୍ୟସ୍ତବହୁଳ ଜୀବନରେ ହସକୁ ଭୁୁଲିଯାଉଥିବା ମଣିଷ କିପରି ହସିପାରିବ ତାକୁ ନେଇ ହାସ୍ୟ ଅଭିନେତା ଅନେକ ଫର୍ମୂଲା ଦେଇଛନ୍ତି । କହିଛନ୍ତି ପ୍ରକୃତ ହସ ମଣିଷ ହୃଦୟ ଭିତରୁ ଆସେ । ହସାଇବା ଏକ କଷ୍ଟକର କାମ । କିନ୍ତୁ ହସିବା ସହ ଲୋକଙ୍କୁ ହସାଇଲେ ମନକୁ ଆହୁରି ଶାନ୍ତି ମିଳିଥାଏ ବୋଲି ମତ ଦେଇଛନ୍ତି ଲୋକଙ୍କୁ ହସାଉଥିବା ଏହି କଳାକାର । ଖରାପ ଜୀବନଶୈଳୀ ଓ ଚାପ ଯୋଗୁଁ ଭାରତୀୟ ଅନେକ ରୋଗର ଶିକାର ହେଉଛନ୍ତି । ଦେଶରେ ୮ କୋଟିରୁ ଅଧିକ ଲୋକ ଡାଇବେଟିସ୍ ରୋଗରେ ପୀଡିତ । ଦେଶରେ ହେଉଥିବା ମୃତ୍ୟୁ ମଧ୍ୟରୁ ୨୮ ପ୍ରତିଶତଙ୍କ ମୃତ୍ୟୁର କାରଣ ହୃଦରୋଗ ।

ମାନସିକ ଚାପ ଏହି ରୋଗର କାରଣ । ହସିଲେ ମାନସିକ ଚାପରୁ ମୁକ୍ତି ମିଳେ । ଏବଂ ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଶରୀରକୁ ଏ ରୋଗରୁ ଦୂରେଇ ରଖେ । ବିଶେଷଜ୍ଞଙ୍କ ମତରେ ହସ ଦୁଇ ପ୍ରକାରର ଆକ୍ଟିଭ ହସ ଓ ପାସିଭ୍ ହସ । ଆକ୍ଟିଭ୍ ହସ ଅର୍ଥାତ ସ୍ୱତଃସ୍ଫୂତ ହସ । ପାସିଭ ଅର୍ଥାତ ନିଜେ କିଛି ଲୋକଙ୍କ ସହ ମିଶି ହସିବା । ନିରୋଗ ରହିବା ପାଇଁ ଗୋଟିଏ ଲୋକକୁ ଦିନକୁୁ ୩୦ ମିନିଟ୍ ହସର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ । କାର‌୍ୟ୍ୟ ବ୍ୟସ୍ତତା ଓ ସମୟର ଅଭାବ ଯୋଗୁଁ ଲୋକଙ୍କ ହସିବା କ୍ଷୀଣ ହୋଇଯାଇଛି । କିନ୍ତୁ ଏହା ଉତ୍ତମ ଜୀବନଯାପନ ପାଇଁ ହସିବା ଜରୁରୀ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking