30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶମୃତ୍ୟୁ ପୂର୍ବରୁ କିଏ କ’ଣ କହିଥିଲେ

ମୃତ୍ୟୁ ପୂର୍ବରୁ କିଏ କ’ଣ କହିଥିଲେ

ଭୁବନେଶ୍ୱର : ଥୋମାସ ଏଡିସନ ହେଉଛନ୍ତି ଜଣେ ଆମେରିକାନ ଇନଭେଣ୍ଟର ଏବଂ ବ୍ୟବସାୟୀ । ଇତିହାସର ମହାନ ଆବିଷ୍କାରମାନଙ୍କ ମଧ୍ୟରୁ ଇଏ ହେଉଛନ୍ତି ଜଣେ । ସେ ନିଜ ରୁମରେ ଅସୁସ୍ଥ ଅବସ୍ଥାରେ ଶୋଇ ହୋଇରହିଥାନ୍ତି । ମୃତ୍ୟୁ ପୂର୍ବରୁ ସେ କୋମାରୁ ଭଲ ହୋଇ ଫେରନ୍ତି ଏବଂ ନିଜ ରୁମର ଝରକା ପଟେ ବାହାର ଦୃଶ୍ୟକୁ ଦେଖି ତାଙ୍କ ପତ୍ନୀଙ୍କୁ କୁହନ୍ତି ସେଇଟା ସେଠାରେ କେତେ ସୁନ୍ଦର ଦେଖାଯାଉଛି । ଏହା କହିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୁଏ ।
ଇନ୍ଦିରା ଗାନ୍ଧୀ
ନମସ୍ତେ । ଏହି ଶବ୍ଦକୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେହି ଦୁଇ ଗାର୍ଡଙ୍କୁ ଅଭିବାଦନ କରି କହିଥିଲେ, ଯିଏ କିଛି ସେକେଣ୍ଡ ପରେ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ ।

ଷ୍ଟିଭ ଜବସ
ଓ ୱାଓ ! ଏହି ଶବ୍ଦ ଷ୍ଟିଭ ଜବସ ନିଜ ପରିବାରକୁ ଦେଖି ତିନି ଥର କହିଥିଲେ ।
ଆଲେକ୍ସଜାଣ୍ଡାର ଦ ଗ୍ରେଟ
ଜଣେ ରାଜା ଥିଲେ । ଯାହାକୁ ସିକନ୍ଦର ମହାନ ବୋଲି ମଧ୍ୟ କୁହାଯାଏ । ସିକନ୍ଦରକୁ ସବୁବେଳେ ବିଶ୍ୱବିଜେତା ଭାବରେ ସ୍ମରଣ କରାଯାଏ । ଯେତେବେଳେ ସିକନ୍ଦର ନିଜ ଜୀବନର ଶେଷ ସମୟରେ ପହଂଚିଥିଲେ , ତାଙ୍କୁ ପଚରାଯାଇଥିଲା ତାଙ୍କ ପରେ ଏହି ବିଶାଶ ଏମ୍ପାୟାର କାହାକୁ ହସ୍ତାନ୍ତର କରାଯିବ । ସେହି ସମୟରେ ସିକନ୍ଦରଙ୍କ ଅନ୍ତିମ ଶବ୍ଦ ଥିଲା ସବୁଠୁ ଶକ୍ତିଶାଳୀ ବ୍ୟକ୍ତିକୁ ।
ମାର୍କୋ ପୋଲୋ
ଜଣେ ପ୍ରସିଦ୍ଧ ୟୁରୋପିଆନ ଏକ୍ସପ୍ଲୋଲୋର ଥିଲେ । ଥାର୍ଟିନ ସେଂଚୁରୀରେ ସେ ୟୁରୋପରୁ ଏସିଆ ଯାତ୍ରା କରିଥିଲେ ଏବଂ ୧୭ ବର୍ଷ ଚାଇନାରେ ବିତାଇଥିଲେ । ମୁଁ ମୋ ଜୀବନରେ ଯାହା ବି ଦେଖିଛି , ତାର ଅଧା ବି କହିନାହିଁ । ତାଙ୍କ ବହିର କଣ୍ଟେଣ୍ଟ ନେଇ ସେ ଚର୍ଚ୍ଚିତ ଥିଲେ । କୁହାଯାଏ ସେ ସେତିକି ଜାଗାକୁ ଯାଇନାହାନ୍ତି, ଯେତିକି ସେ ନିଜ ବୁକରେ ମେନସନ କରିଛନ୍ତି । ଆହୁରି ମଧ୍ୟ କୁହାଯାଏ, ଅନ୍ୟ ଯାତ୍ରୀଙ୍କ ଠାକୁ କାହାଣୀ ଶୁଣି ସେ ନିଦ ବହିରେ ତାକୁ ସ୍ଥାନ ଦେଇଛନ୍ତି । ତେବେ ମାର୍କୋ ଯେତେବେଳେ ନିଜ ଜୀବନର ଶେଷ ପର୍ଯ୍ୟାୟରେ ପହଂଚିଥିଲେ, ସେ ଏହି ସବୁ ପ୍ରଶ୍ନର ଉତ୍ତରରେ କହିଥିଲେ, ମୁଁ ମୋ ଜୀବନରେ ଯେତିକି ଯାହା ଦେଖିଛି, ବାସ୍ତବରେ ତାର ଅଧା ମଧ୍ୟ କହିପାରିନାହିଁ ।
ଜର୍ମାନୀରେ ଜନ୍ମ ହୋଇଥିବା ଆଲବର୍ଟ ଆଇନଷ୍ଟାଇନ ୨୦ତମ ସେଂଚୁରୀର ଥେରାଟିକାଲ ଫିଜିଶିଷ୍ଟ ଥିଲେ । ଇତିହାସର ମହାନ ବ୍ୟକ୍ତିଙ୍କ ମଧ୍ୟରୁ ଆଇନଷ୍ଟାଇନ ହେଉଛନ୍ତି ଜଣେ । ଯେତେବେଳେ ସେ ନିଜ ମୃତ୍ୟୁର ବିଛଣାରେ ଥିଲେ, ତାଙ୍କ ପାଖରେ ଥିବା ନର୍ସ ଆଇନଷ୍ଟାଇନ ଜର୍ମାନ ଭାଷାରେ କିଛି କହୁଥିବା ଶୁଣିଥିଲେ । ଓ ହେି ନର୍ସଙ୍କୁ ଜର୍ମାନ ଭାଷା ଜଣାନଥିଲା । ଏହାପରେ ସେହି ନର୍ସ ଡାକ୍ତରଙ୍କୁ ଡାକିବାକୁ ଚାଲିଯାଆନ୍ତି । ହେଲେ ସେମାନେ ଆସିଲା ବେଳକୁ ଆଉ ନଥିଲେ ଆଇନଷ୍ଟାଇନ । ସେଥିପାଇଁ ଆଇନଷ୍ଟାଇନ ମରିବା ପୂର୍ବରୁ କଣ କହିଥିଲେ ଆମେ ତାକୁ କେବେ ବି ଜାଣିପାରିବା ନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking