39.1 C
Bhubaneswar
Tuesday, April 23, 2024
Homeଓଡିଶାସମୀକ୍ଷା ବୈଠକରେ କ’ଣ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବୈଠକରେ କ’ଣ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ସ୍ଥିତି ପରଖିବା ପରେ ସ୍ପେଶାଲ ଡ୍ରାଇଭ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣ ହ୍ରାସ କରିବାକୁ ଅଧିକ ପୋଲିସ ମୁତୟନ କରିବା ସହ ସାରା ରାଜ୍ୟରେ ପୋଲିସ ମୁତୟନ କରି ସ୍ପେଶାଲ ଡ୍ରାଇଭ କରିବାକୁ କହିଛନ୍ତି ନବୀନ । ଏହାଛଡା ସୁରକ୍ଷା ନିୟମ କଡାକଡି ପାଳନ ପାଇଁ ଅଧିକ ପୋଲିସ ମୁତୟନ ହେବେ । ମାସ୍କ, ସାମାଜିକ ଦୂରତ୍ୱ ନେଇ ସଚେତନ ଲକରିବ ଆଇ ଆଣ୍ଡ ପିଆର ବିଭାଗ ।
ଅନ୍ୟପଟେ କରୋନା ସଂକ୍ରମଣ ବଢୁଥିବାରୁ ପଶ୍ଚିମ ଓଡିଶା ପ୍ରତି ସ୍ୱତନ୍ତ୍ର ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲାରେ କରୋନା ଅଧିକ ବ୍ୟାପୁଛି । ସୀମାନ୍ତ ଜିଲ୍ଲାକୁ ଗସ୍ତ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ଏସିଏସ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଗସ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଗସ୍ତ କରିବା ପରେ ଗ୍ରାଉଣ୍ଡ ସ୍ଥିତି ଦେଖି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ନବୀନ କହିଛନ୍ତି । ସେହିଭଳି ପଶ୍ଚିମ ଓଡିଶାରେ ଅଧିକ ସ୍ୱାସ୍ଥ୍ୟ କର୍ମୀ ଦେବା ସହ ଡାକ୍ତର, ପାରାମେଡିକ, ଲ୍ୟାବ ଟେକ୍ନିସିଆନ, ଅକ୍ସିଜେନ ସୁବିଧା ଥାଇ ଆମ୍ବୁଲାନ୍ସ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆମ୍ବୁଲାନ୍ସ ଓ ବେଡ ନେଇ ନବୀନ ଚେତାବନୀ ମଧ୍ୟ ଦେଲେ । ଚେତାବନୀରେ ସେ କହିଛନ୍ତି, ଆମ୍ବୁଲାନ୍ସ ନ ଆସିବା, ହସ୍ପିଟାଲରେ ବେଡ ନଥିବା ଗ୍ରହଣ କରାଯିବନି । ଏନେଇ ଯେପରି କୌଣସି ଅଭିଯୋଗ ନଆସେ ବୋଲି ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଯଦି ଏହାକୁ ଗୁରୁତ୍ୱର ସହ ନନିଆଯାଏ, ତେବେ ସଂକ୍ରମଣ ବଢିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking