28.1 C
Bhubaneswar
Saturday, July 27, 2024
Homeଓଡିଶାଆସନ୍ତାକାଲିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ

ଆସନ୍ତାକାଲିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ

ପୁରୀ: ଆସନ୍ତାକାଲିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ । ଏନେଇ ଏଏସଆଇ ଫାଇନାଲ ରିପୋର୍ଟ ଦେବା ପରେ ବୈଷୟିକ ଟିମ ସମୀକ୍ଷା କରିବ । ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ନେଇ ନିଷ୍ପତି ହେବ । ଯଦି କୌଣସି ଫାଟ ଥାଏ ତେବେ ପରବର୍ତୀ ନିଷ୍ପତି ନିଆଯିବ । ପଞ୍ଚୁକ ପାଞ୍ଚ ଦିନ ଶ୍ରୀମନ୍ଦିରରେ ଭିଡ ଅଧିକ ରହୁଥିବାରୁ ଲେଜର୍ ସ୍କାନିଂ ପାଇଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଅର୍ଥାତ୍ ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା । ତେଣୁ ଏଏସଆଇ ଟିମ୍ ଯ କୌଣସି ସମୟରେ ଆସି ଲେଜର୍ ସ୍କାନିଂ କରିପାରେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।

ରତ୍ନଭଣ୍ଡାର ସହ ମୁଖ୍ୟ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିରର ମଧ୍ୟ ସ୍କାନିଂକରାଯିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଲେଜର୍ ସ୍କାନିଂ ରିପୋର୍ଟକୁ ବୈଷୟିକ କମିଟି ତର୍ଜମା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking