28.3 C
Bhubaneswar
Saturday, June 20, 2026
Homeଦେଶ ବିଦେଶଉତ୍ତରାଖଣ୍ଡରେ ହିମସ୍ଖଳନ: ଫସିଛନ୍ତି ୪୭ ଶ୍ରମିକ

ଉତ୍ତରାଖଣ୍ଡରେ ହିମସ୍ଖଳନ: ଫସିଛନ୍ତି ୪୭ ଶ୍ରମିକ

ଡେରାଡୁନ: ଉତ୍ତରାଖଣ୍ଡ ଚାମୋଲିରେ ଘଟିଛି ବଡ଼ ଦୁର୍ଘଟଣା । ହିମସ୍ଖଳନ କାରଣରୁ ବଡ ଅଘଟଣ ଘଟିଛି । ମାଣା ଗାଁ ଗ୍ଲେସିୟର ତରଳିବା ଦ୍ୱାରା ୪୭ ଜଣ ଶ୍ରମିକ ବରଫ ତଳେ ପୋତି ହୋଇଯାଇଛନ୍ତି । ଏଥିସହ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । ବରଫ ତଳେ ୫୭ ଶ୍ରମିକ ଦବି ଯାଇଥିବା ବେଳେ ୧୦ ଜଣଙ୍କ ଉଦ୍ଧାର କରାଯାଇଛି । ତେବେ ଘଟଣା ନେଇ ଟ୍ବିଟ୍ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଘଟଣାରେ ଦୁଃଖ ପ୍ରକାଶ ସହ କହିଛନ୍ତି, ୧୬ ଜଣଙ୍କୁ ଉଦ୍ଧାର କରାଯାଇଛି, ସମସ୍ତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି ।ଯେତେବେଳେ ହିମସ୍ଖଳନ ଆସିଲା, ସମସ୍ତେ ଏଣେତେଣେ ଦୌଡ଼ିବାକୁ ଲାଗିଲେ । ଦୁଇ ଦିନ ହେବ  ପାହାଡିଆ ଅଞ୍ଚଳରେ ପାଗ  ବହୁତ ଖରାପ ଥିଲା ।  ଉତ୍ତରାଖଣ୍ଡ ସହ  ହିମାଚଳ,  ପ୍ରଦେଶର କିଛି ଅଞ୍ଚଳରେ ଖୁବ୍‌ ଜୋରରେ ବର୍ଷା ଲାଗି ରହିଛି । କିଛି ନଦୀ ମାନଙ୍କରେ ପାଣି ଫୁଲିକି ରହିଛି । ସେହିପରି ଗଡିଆ, ନାଳ ମାନଙ୍କରେ ମଧ୍ୟ ପାଣି ଭରି କରି ଅଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking